Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ ଛାତ୍ରୀଙ୍କୁ...

ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ ଛାତ୍ରୀଙ୍କୁ ସେକ୍‌ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ପହଞ୍ଚାଇବାକୁ ଅଧ୍ୟକ୍ଷଙ୍କ ଏସ୍‌ପିଙ୍କୁ ପତ୍ର

85

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ (ସେକ୍‌ସୁଆଲ ହାରାସମେଣ୍ଟ) ପ୍ରସଙ୍ଗ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି କଲେଜ ଅଧ୍ୟକ୍ଷ ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ରେ ଅଭିଯୋଗକାରିଣୀଙ୍କୁ ପୁଲିସ୍ ସୁରକ୍ଷା ମଧ୍ୟରେ ପହଞ୍ଚାଇବାକୁ ଏସ୍‌ପିଙ୍କୁ ପତ୍ର ଲେଖିଛନ୍ତି । ଏହି ଘଟଣା ପରେ ନିର୍ଯ୍ୟାତିତା ଛାତ୍ରୀ ନିଜର ସମସ୍ତ ସତ୍ୟତାର ପ୍ରମାଣ ଓ ବୟାନ ଦେବାକୁ ହାରାସମେଣ୍ଟ ସେଲ୍‌ରେ ପହଞ୍ôଚବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏମ୍‌ଏଜେଏମ୍‌ସି ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିବା ଜନୈକା ଛାତ୍ରୀଙ୍କୁ ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗର ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ କରିବା ଭଳି ଗୁରୁତର ଅଭିଯୋଗ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ôଚଥିଲା । ଏହାପରେ ଅଧ୍ୟକ୍ଷ ଉମାକାନ୍ତ ସାମଲ ଉକ୍ତ ଘଟଣାର ତଦନ୍ତ କରିବା ପାଇଁ ‘ସେକ୍‌ସୁଆଲ ହାରାସମେଣ୍ଟ ସେଲ’ ର ୪ ଜଣ ଅଧ୍ୟାପିକାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଏବଂ ଗତ ୧୮ ତାରିଖ ସୁଦ୍ଧା ଘଟଣାର ତଦନ୍ତ କରି ସତ୍ୟାସତ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ହାରାସମେଣ୍ଟ ସେଲ୍‌ରେ ୨୦ ତାରିଖ ଦିନ ପହଞ୍ôଚବାକୁ ଅଧ୍ୟକ ଦୁଇଜଣ ପୁରୁଷ କର୍ମଚାରୀଙ୍କ ଏକ ପତ୍ର ଲେଖି ଛାତ୍ରୀଙ୍କ ଗ୍ରାମକୁ ପଠାଇଥିଲେ । ମାତ୍ର ସଂପୃକ୍ତ ଦୁଇଜଣ କର୍ମଚାରୀ ଅଧ୍ୟକ୍ଷଙ୍କ ପତ୍ର ଛାତ୍ରୀଙ୍କୁ ଦେବା କାଳରେ ତାଙ୍କୁ ଘଟଣାର ରଫାଦଫା କରିବା ପାଇଁ ଏକ ପ୍ରକାର ଧମକପୂର୍ଣ୍ଣ କଥା କହିଥିଲେ । ଯାହାଫଳରେ ଛାତ୍ରୀ ଜଣକ ଉକ୍ତ ଘଟଣାରେ ଭୟପାଇ ପୁଲିସ୍ ସହାୟତା ନମିଳିଲେ ସେ ହାରାସ୍‌ମେଣ୍ଟ ସେଲ୍‌ରେ ଉପସ୍ଥିତ ହେବେ ନାହିଁ ବୋଲି ଅଧ୍ୟକ୍ଷଙ୍କୁ ଏକ ସ୍ୱତନ୍ତ୍ର ପତ୍ର ମାଧ୍ୟମରେ ଜଣାଇଥିଲେ ।

ଫଳରେ ଅଧ୍ୟକ୍ଷଙ୍କ ପକ୍ଷରୁ ଯାଇଥିବା ଦୁଇଜଣ କର୍ମଚାରୀଙ୍କ ଆଚର ବ୍ୟବହାରରୁ ସଂପୃକ୍ତ ଦୁଇଜଣ ଅଧ୍ୟାପକଙ୍କୁ ଖୋଦ୍ କଲେଜ ଘଣ୍ଟ ଘୋଡାଉଥିବାର ଆଶଙ୍କା ପ୍ରକାଶ ପାଇଥିଲା । ଏହି ଘଟଣା ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବୁଦ୍ଧିଜୀବୀ ମହଲରେ ଭଦ୍ରକ କଲେଜ ଭଳି ଏକ ଗୌରବମୟ ଶିକ୍ଷାନୁଷ୍ଠାନରେ ଏଭଳି କଳଙ୍କର ଛିଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହୋଇଥିଲା । ଯେଉଁଥିପାଇଁ ବାଧ୍ୟହୋଇ ଅଧ୍ୟକ୍ଷ ଶ୍ରୀ ସାମଲ ଛାତ୍ରୀଙ୍କ ପତ୍ର ମୂଳେ ତାଙ୍କୁ ସୁରକ୍ଷା ବଳରେ ହାରାସମେଣ୍ଟ ସେଲ୍‌ରେ ପହଞ୍ଚାଇବାକୁ ଏସ୍‌ପିଙ୍କୁ ଏକ ପତ୍ର ଲେଖିଥିବାର ଜଣାପଡିଛି । ତେଣୁ ଆସନ୍ତା ଦିନରେ ଛାତ୍ରୀ ଜଣକ କେତେଦୂର ନ୍ୟାୟ ପାଇବ, ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ବାସ୍ତବ କଥା ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ର ତଦନ୍ତ ରିପୋର୍ଟରୁ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.