Home ଜିଲ୍ଲା ପରିକ୍ରମା କୋବିଡ଼୍ କଟକଣା ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ...

କୋବିଡ଼୍ କଟକଣା ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ନେଇ ଜାରି ହେଲା ଗାଇଡ଼ ଲାଇନ

35

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର କୋବିଡ଼ ୧୯କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ହେଁ ପୁଣି ଏକ ନୂଆ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା ଦେଖା ଦେଇଥିବାରୁ ସରକାର ପୁଣି ଥରେ କଟକଣା ଜନିତ ଗାଇଡ ଲାଇନ ଜାରି କରିଛନ୍ତି । ଏହ ନୂତନ କରୋନା ଭାଇରସ୍ ମହାରାଷ୍ଟ୍ର ସମେତ ଆଉ କେତେକ ରାଜ୍ୟରେ ଦେଖା ଦେଇଥିବା ବେଳେ ଆଗାମୀ ଦିନରେ ଓଡ଼ିଶାରେ ଦେଖା ଦେବାର ସମ୍ଭାବନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରତ୍ୱାରୋପ କରିଛନ୍ତି । ଏ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଭଦ୍ରକ ଜିଲ୍ଲାରେ ଏହି କଟକଣାକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ଆଜି ଏକ ଚିଠି ମାଧ୍ୟମରେ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ତଦାରଖ ପାଇଁ ପଦାଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ବିଶେଷ କରି କୋବିଡ଼ କଟକଣାର କୋହଳ ପରେ ଲୋକେ ପୂର୍ଣ୍ଣ ଭାବେ ଖୋଲାଖୋଲି କୋବିଡ଼ ଗାଇଡ଼ ଲାଇନକୁ ଅମାନ୍ୟ କରୁଥିବା ପରିଲକ୍ଷିତ ହେଉଛି । ମାସ୍କ ନପିନ୍ଧିବା, ସାମାଜିକ ଦୁରତ୍ୱ ରକ୍ଷା ନକରିବା, ବିବାହ, ବ୍ରତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାଇଡ଼ ଲାଇନଠାରୁ ଅଧିକ ସଂଖ୍ୟାରେ ଲୋକ ଏକତ୍ରିତ ହେବା, ସ୍କୁଲ କଲେଜମାନଙ୍କରେ ସାନିଟାଇଜରର ସୁପରିଚାଳନା ହେଉ ନଥିବାରୁ ପୁଣି କରୋନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ଏଥିଲାଗି କୋବିଡ଼ ଗାଇଡ଼ ଲାଇନ ଉଲଂଘନକାରୀଙ୍କ ଉପରେ କଡ଼ା ନଜର ରଖିବା ସହିତ ସ୍ଥାନୀୟ ପୁଲିସଙ୍କ ସହଯୋଗରେ ବିଡଓ, ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀମାନଙ୍କୁ ଏଥିଲାଗି ଆଇନଗତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଡ. ଦାସ ଚିଠି କରିଛନ୍ତି । ଏହାର ସୁପରିଚାଳନାକୁ ତଦାରଖ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ରଙ୍କୁ ଭଦ୍ରକ ବ୍ଲକ, ଧାମନଗର ବ୍ଲକ ଓ ଧାମନଗର ଏନ୍‌ଏସି, ଅତିରିକ୍ତ ଜିଲ୍ଲାପାଳ (ସଧାରଣ) ଇନ୍ଦ୍ରମଣି ନାୟକଙ୍କୁ ବାସୁଦେବପୁର ବ୍ଲକ, ବାସୁଦେବପୁର ପୌରପାଳିକା, ବନ୍ତ ବ୍ଳକ, ପିଡି ଡିଆର୍‌ଡିଏ ମଧୁସୂଦନ ଦାସଙ୍କୁ ତିହିଡ଼ି ବ୍ଲକ,ଚାନ୍ଦବାଲି ବ୍ଳକ ଓ ଚାନ୍ଦବାଲି ଏନ୍‌ଏସି, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କୁ ଭଦ୍ରକ ପୌରପାଳିକା ଓ ଭଣ୍ଡାରିପୋଖରୀ ବ୍ଳକ ଦାୟିତ୍ୱ ଅର୍ପଣ କରଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.