Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦ୍ୱାଦଶ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

ଭଦ୍ରକରେ ଦ୍ୱାଦଶ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

52

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱରେ ଦେଖାଦେଇଥିବା ଭୟଙ୍କର ମହାମାରୀ କରୋନାର ଏହି ସଂକଟମୟ ସ୍ଥିତିରେ ପରିବେଶକୁ ସୁରକ୍ଷା ଦେବା ହେଉଛି ବର୍ତ୍ତମାନର ଆହ୍ୱାନ । ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ‘ବିଶ୍ୱ କର୍ଦ୍ଦମ ଦିବସ’ ପରିବେଶ ସନ୍ତୁଳନ ଉଦ୍ଦେଶ୍ୟରେ ଗତ ୨୦୧୦ ରୁ ନିରବଚ୍ଛିନ୍ନ ଭାବରେ ଜୁନ୍ ୧୬ ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି । ଏହି ଦିବସର ମୂଳ ଉଦ୍ଦେଶ୍ୟ ମାଟି, ପାଣି ଓ ପବନର ସ୍ୱଚ୍ଛତା ଉପରେ ଗୁରୁତ୍ୱ । ୧୯୭୨ ମସିହା ପରଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସମ୍ବଳ କରି ବିଶ୍ୱର ବିଶିଷ୍ଟ ପରିବେଶବିତ୍ ମାନେ ଏକାଠି ଜୁନ୍ ୫ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ଏକ ପରିବେଶ ସମ୍ମିଳନୀ ପାଳନ କରିଥିଲେ । ସେବେଠାରୁ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଅଛି । ସେହି ପରିବେଶ ଉପରେ ପର୍ଯ୍ୟବେଶିତ ଆଜିର ଏହି ବିଶ୍ୱ କର୍ଦ୍ଦମ ଦିବସ । ଭଦ୍ରକ ଜିଲ୍ଲାର ଅଧିବାସୀ ଭାବରେ ମାନ୍ୟବର ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ, ସମାଜସେବୀ ତଥା ପରିବେଶବିତ୍ ରାଧାକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ଭଦ୍ରକରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ ହୋଇଆସୁଅଛି । ଯାହା ଭଦ୍ରକ ଜିଲ୍ଲାର ସଦର ମହକୁମା ସାଳନ୍ଦୀ ତଟରେ ଚଳିତ ବର୍ଷ କୋଭିଡ୍ ନିୟମ ଅନୁସାରେ ଅତି ନିରାଡ଼ମ୍ବରେ ଏହି ଦିବସକୁ ପାଳନ କରିଛନ୍ତି ।

ତାଙ୍କର ଏହି ସାଧୁ ଉଦ୍ୟମ ପାଇଁ ଭାରତବର୍ଷର ମର୍ଯ୍ୟାଦାଜନକ ‘ଲିମ୍‌କା ବୁକ୍ ଅଫ୍ ରେକର୍ଡ଼ସ’ ରେ ସ୍ଥାନିତ ହୋଇସାରିଛି । ଓଡ଼ିଶା ରାଜ୍ୟରେ ପରିବେଶ ସୁରକ୍ଷା ସମ୍ପର୍କିତ ଏହି ନିଆରା କାର୍ଯ୍ୟକ୍ରମ ବିଶ୍ୱ କର୍ଦ୍ଦମ ଦିବସ ପାଳନ କରୁଥିବା ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ତାଙ୍କର ଏହି ମହନୀୟ ଅବଦାନ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ “ବିଶ୍ୱବିଦ୍ୟାଳୟ ସମ୍ମାନ” ପ୍ରଦାନ କରାଯାଇଅଛି । ଆଜିର ଏହି ନିଆର କାର୍ଯ୍ୟକ୍ରମରେ ତାଙ୍କର ସହଯୋଗୀ ଭାବରେ ମଞ୍ଚ କଳାକାର ତଥା ସମାଜସେବୀ କାଳନ୍ଦୀ ମଲ୍ଲିକ, ଅନ୍ୟତମ ମାନବାଧିକାର କର୍ମୀ ସୀତାକାନ୍ତ ତ୍ରିପାଠୀ, ସମାଜସେବୀ ପଣ୍ଡିତ ଦେବେନ୍ଦ୍ର ବେଦୀ, ଛାତ୍ର ସଂଗଠକ ଦେବାଶିଷ ପଣ୍ଡା ଯୋଗଦେଇ ବିଶ୍ୱକୁ ସ୍ୱଚ୍ଛ ରଖିବା ଓ ପରିବେଶ ସୁରକ୍ଷା ପାଇଁ ମାଟି, ପାଣି ଓ ପବନ ସହ ସଂପୃକ୍ତ ହୋଇ ବିଶ୍ୱବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ସାଧୁ ଉଦ୍ୟମକୁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଜଣାଯିବା ସହ ଜିଲ୍ଲାର ବିଭିନ୍ନ ମହଲରୁ ବୁଦ୍ଧିଜୀବୀ ତଥା ସାଧାରଣ ଜନତାଙ୍କ ତରଫରୁ ବିପୁଳ ସମର୍ଥନ ମିଳିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.