ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଦୁର୍ନିତୀ ଦିନକୁ ଦାଣ୍ଡରେ ପଡି ହାଟରେ ଗଡିବାକୁ ଲାଗିଛି। ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୩୮ଗୋଟି କାର୍ଯ୍ୟରେ ସମୁଦାୟ ୧କୋଟି ୯୦ଲକ୍ଷ ଟଙ୍କା ବାଟ ମାରଣା ହୋଇଛି। ଏହି ଅର୍ଥକୁ ସଂପୃକ୍ତ ଠିକାଦାରଙ୍କ ସହ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଏବଂ ଆଖୁଆ ପଦା ଠାରେ ଥିବା ଅଧୀକ୍ଷଣ ଯନ୍ତ୍ରୀ ସଞୀବ ସାମଲ ସଂପୂର୍ଣ ଭାବେ ଚଳୁ କରିଦେଇଛନ୍ତି ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହୋଇଛି। ତୁରନ୍ତ ସଂପୃକ୍ତ ୨ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ଭିଜିଲାନ୍ସ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ପ୍ରାପ୍ତ ଖବରରୁ ଜଣାଯାଇଛି। ୨୦୨୩ -୨୪ ଆର୍ଥିକ ବର୍ଷରେ ଦେବାଶୀଷ ପାଢୀ, ମନୋଜ କୁମାର ପଢିଆରୀ, ଦେବାଶୀଷ ନାୟକ, ଡମ୍ବରୁଧର ବାରିକ, ସୌମ୍ୟ ରଞନ ନାୟକ, ଚିତରଞନ ମିଶ୍ର, ମିଲନ ଦାସ, ଭୀମସେନ ଖୁଂଟିଆ,ରାଧାରାଣୀ ଜେନା, ଅଶ୍ୱିନୀ କୁମାର ମହାନ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ୫ଲକ୍ଷ ଟଙ୍କାର କାର୍ଯ୍ୟଦେଶ ଦିଆଯାଇଥିଲା। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ କମଳାକାନ୍ତ ପୁରୀ, ତପନ କୁମାର ଦାସ, ତୁଷାର କାନ୍ତ ଦାସ, ରାଜେଶ କୁମାର ଦାସ, ଆଶା ଶୁଭଦର୍ଶନୀ ନାୟକ, ରଶ୍ମି ରଞନ ନାୟକ, ପ୍ରଭାତ ମଲିକ, ପ୍ରଭଞନ ବଳ, ସୁଶାନ୍ତ କୁମାର ମଲିକ, ରାଜଶ୍ରୀ ଚକ୍ର, ଙ୍କୁ ୨ଟି କାର୍ଯ୍ୟାଦେଶ, ଧୀରଜ ପଟନାୟକଙ୍କୁ୨ଟି, ଭାନୁପ୍ରତାପ ସେଠୀଙ୍କୁ ୪ଟି , ନିରଞ୍ଜନ ବଳଙ୍କୁ ୬ଟି ଏବଂ ଚନ୍ଦନ କୁମାର ବଳଙ୍କୁ ୪ଟି ଏହି ପରି ମୋଟ ୩୮ଟି କାର୍ଯ୍ୟାଦେଶ ବଂଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ହୋଇ ନଥିବା ବେଳେ ଏହି ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ସମସ୍ତ ଠିକାଦାରଙ୍କୁ ଶତ ପ୍ରତିଶତ ବିଲ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ହୋଇ ନଥିବା ବେଳେ କିପରି ରାଜକୋଷରୁ ୨କୋଟି ଟଙ୍କା ପ୍ରଦାନ କରଗଲା ସେ ବିଷୟରେ ସଂପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁରଜ ମଲିକଙ୍କୁ ପଚାରିବାରୁ ସେ ଏହି କାର୍ଯ୍ୟ ହୋଇ ନଥିବା କଥା ସ୍ୱୀକାର କରିଛନ୍ତି। ଏହି ଘୋଟାଲାରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଏବଂ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ସାମଲ ସାମିଲ ହୋଇ ୨କୋଟି ଚଳୁ କରିଦେଇଥିବା ନେଇ ଚନ୍ଦ୍ର ଶେଖର ଜେନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସମସ୍ତ କାର୍ଯ୍ୟର ତଦନ୍ତ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ଜଳସମ୍ପଦ ବିଭାଗ ଅଧିନରେ ଥିବା କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କର ଦୁଇ ଦୁଇ ଥର ବଦଳି ହେବା ପରେ ମଧ୍ୟ ସଂପୃକ୍ତ ଯନ୍ତ୍ରୀ ଜଣକ ଅଧୀକ୍ଷଣ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ହାତ କରି ପୁନଶ୍ଚ ଆସି ଚାନ୍ଦବାଲିରେ ଯୋଗ ଦେଇଛନ୍ତି। ସବୁ ଠାରୁ ରୋଚକର ବିଷୟ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨ଜଣ ସହକାରୀ ଯନ୍ତ୍ରୀ ବଦଳି ହୋଇଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଜଣକ ଚାନ୍ଦବାଲି ଛାଡି କୁଆଡେ ବଦଳିକୁ ନାପସନ୍ଦ କରୁଛନ୍ତି। ଦିନକୁ ଦିନ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ କୋଟି କୋଟି ଟଙ୍କାର ସରକାରୀ ଧନ ଅପବ୍ୟୟ କରିଥିବା ବେଳେ ଏହି ଏଫ-୨ କାର୍ଯ୍ୟରୁ ମୋଟା ଅଙ୍କର ପିସି ନେଇ ନିଜର ବଦଳିକୁ ରୋକ ଲଗାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି କାର୍ଯ୍ୟାଦେଶ ପାଇଥିବା ଠିକାଦାର ଙ୍କ ମଧ୍ୟରୁ ବହୁ ଠିକାଦାରଙ୍କ ର କିଛି କାଗଜପତ୍ର ନଥିବା ବେଳେ ଏହି ସମସ୍ତ କାର୍ଯ୍ୟ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ନିଜେ କରୁଥିବାନେଇ ଅଭିଯୋଗ ହେବା ସହ କାର୍ଯ୍ୟ ପାଇଥିବା ଠିକାଦାର ଜଣେ ନିଜ ନାମ ଗୁପ୍ତ ରଖି ପ୍ରକାଶ କରିଛନ୍ତି ଆମେ ଏହି ଏଫ-୨ କାର୍ଯ୍ୟ ପାଇଁ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକ ଙ୍କୁ ଆଗେ ପିସି ଦେଲେ ସେ ଆମ ନାମରେ କାଗଜ କରୁଛନ୍ତି। ତାହା ପୁଣି ନିର୍ଦିଷ୍ଟ କିଛି ଠିକାଦାରଙ୍କ ନାମରେ କରାଯାଉଛି। ମୁଖ୍ୟତ ଏହି ମିଥ୍ୟା କାଗଜ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ,ଏବଂ କନିଷ୍ଠଯନ୍ତ୍ରୀ ଙ୍କୁ ଛାଡିଦେଲେ କେହ ବିଭାଗୀୟ କର୍ମଚାରୀ ଏହି କାର୍ଯ୍ୟ ବିଷୟରେ ଅବଗତ ନାହାନ୍ତି। ତୁରନ୍ତ ଏହି ସମସ୍ତ କାର୍ଯ୍ୟର ତଦନ୍ତ କରିବାକୁ ଜନସାଧାରଣ ଦାବୀ କରିବା ସହ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ ଦାବୀ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଦୁର୍ନିତୀ , ଏଫ-୨ ଅର୍ଥକୁ ଚଳୁକଲେ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ଏବଂ ଅଧୀକ୍ଷଣ...








