Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆଉ ୧୨, ସଂଖ୍ୟା ପହଞ୍ଚିଲା ୩୯୩କୁ : ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଟେଲି ମେଡିସିନ...

ଭଦ୍ରକରେ ଆଉ ୧୨, ସଂଖ୍ୟା ପହଞ୍ଚିଲା ୩୯୩କୁ : ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଟେଲି ମେଡିସିନ ସେବା ଆରମ୍ଭ

65

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ପୁଣି ନୂତନ କରୋନା ଆକ୍ରାନ୍ତ ୧୨ଜଣ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ୧୨ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରୁ ବାହାରିଥିବା ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ ୧୪ ହଜାର ୬୨୪ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ମୋଟ ୩୯୩ ପଜିଟିଭ କେଶ୍ ବାହାରିଛି । ସେମାନଙ୍କ ମଧ୍ୟରୁ ୩୦୫ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ମୋଟ ୮୭ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଯେଉଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୯ଜଣ ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସି ସେଣ୍ଟରରୁ ବାହରିଛନ୍ତି । ଦୁଇଜଣ ଆକ୍ରାନ୍ତ ଭଣ୍ଡାରିପୋଖରୀ ବ୍ଲକର ସରସଦା ହାଇସ୍କୁଲ ଟିଏମ୍‌ସିର ହୋଇଥିବା ବେଳେ ଜଣେ ଭଣ୍ଡାରିପୋଖରୀ ହାଇସ୍କୁଲ ଟିଏମ୍‌ସିର ବୋଲି ଜଣା ପଡିଛି । ଜିଲ୍ଳାପାଳ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରିଛନ୍ତି । କରୋନା ସମୟରେ ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଲି ମେଡିସିନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏହି ସେବା ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଏହାର ଶୁଭାରମ୍ଭ କରିବା ସହିତ ଜନସାଧାରଣ ମୋବାଇଲ ନଂ ୭୬୫୫୦୫୦୮୬୭ ଓ ୭୬୫୫୦୫୦୮୬୮କୁ ଫୋନ କରି ନିଜ ରୋଗର ବିବରଣୀ କହିଲେ ସେମାନଙ୍କୁ ଔଷଧ ଓ ଆବଶ୍ୟକ ପରାମର୍ଶ ଯୋଗାଇ ଦିଆଯିବ । ଏହି ସେବା ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଜନସାଧାରଣ ଅଯଥାରେ ଘରୁ ନ ବାହାରି ଏହାର ସୁବିଧା ନେଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.