Home ଜିଲ୍ଲା ପରିକ୍ରମା ଆକ୍ରାନ୍ତ ୭ କୋବିଡ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ

ଆକ୍ରାନ୍ତ ୭ କୋବିଡ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ

83

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱ କରୋନା କବଳରେ କବଳିତ ହୋଇ ପଡିଥିବା ବେଳେ ଏହାକୁ ମୁକାବିଲା କରିବାରେ ଯେଉଁ ଯୋଦ୍ଧାମାନେ ଦିନରାତି ପରିବାରକୁ ତୁଚ୍ଛ କରି କାର୍ଯ୍ୟ କରି ଚାଲିଛନ୍ତି, ବାସ୍ତବରେ ସେମାନେ ନମସ୍ୟ । ଭଦ୍ରକ ଜିଲ୍ଲାର ସେହିଭଳି କରୋନା ଯୋଦ୍ଧାମାନେ ଅକ୍ଳାନ୍ତ ପରିଶ୍ରମ କରି କରୋନାକୁ ମୁକାବିଲା କରୁଛନ୍ତି । କରୋନା ମହାମାରୀକୁ ଦୂର କରିବାକୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଏଭଳି ସଂକଟ କାଳରେ ଦିନରାତି ବାହାରେ ରହି ଏହି କରୋନା ଯୋଦ୍ଧାମାନେ ସେମାନଙ୍କ କାର୍ଯ୍ୟ ତୁଲାଉଛନ୍ତି । ଏହି ଯୁଦ୍ଧରେ ସାମିଲ ହୋଇ ଜିଲ୍ଳାର ୭ଜଣ କୋବିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି । ଧାମନଗର ଥାନାର ୪ ପୁଲିସ ଅଧିକାରୀ, ୨ଜଣ ପୁଲିସ କର୍ମଚାରୀ ଏବଂ ଜଣେ ସ୍ୱାସ୍ଥ୍ୟବିଭାଗ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇ ସାଳନ୍ଦୀ କୋବିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାପାଳ ଡ. ଜ୍ଞାନ ଦାସ ବ୍ୟକ୍ତିଗତ ଭାବେ ଟେଲିଫୋନ ଯୋଗେ ସମସ୍ତଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ମନୋବଳକୁ ଦୃଢ କରିଛନ୍ତି । ଏଥିସହ ଜିଲ୍ଲାପାଳ ଡ. ଦାସ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.