Home ଓଡ଼ିଶା ବ୍ରାହ୍ମଣୀପାଳ କୁଶେଇ ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରାହ୍ମଣୀପାଳ କୁଶେଇ ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

288

ହରିଚନ୍ଦନପୁର,ତା ୨୪ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରେ ଆଜି ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ଜଣଙ୍କ ପଞ୍ଚମ ଗ୍ରାମ ଟିକରସାହିର ବୀରୁ ଆଙ୍ଗରାଇ(୫୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତକ ଜଣଙ୍କ ଦୈତାରୀ ରେଲୱେ ସାଇଡିଙ୍ଗ୍ ରେ ବାଗିନ୍ ଲେବର ଭାବରେ କାର୍ଯ୍ୟ କରିଥାନ୍ତି । ପ୍ରତ୍ୟେକ ଦିନ ଭଳି ରବିବାର ଦିନ କାମସାରି ନିଜ ଗ୍ରାମକୁ କୁଶେଇ ନଦୀ ପାର୍ ହୋଇ ଫେରୁଥିବା ବେଳେ ନଦୀର ସ୍ରୋତରେ ଭାସି ଯାଇଥିଲେ । ତାଙ୍କୁ ବହୁତ ଖୋଜାଖୋଜି ପରେ ମଧ୍ଯ ପାଇନଥିଲେ । ଆଜି ତାଙ୍କର ମୃତଦେହ ସେଠାରୁ ପ୍ରାୟ ୫୦୦ମିଟର ଦୂରରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବୀରୁଙ୍କ ମୃତଦେହ ଚିହ୍ନିବା ପରେ ତାଙ୍କ ପରିବାର ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ଯୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.