Home ଅପରାଧ ବୋହୁ ଆକ୍ରମଣରେ ଶାଶୁ ଆହତ

ବୋହୁ ଆକ୍ରମଣରେ ଶାଶୁ ଆହତ

161

ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମରେ ବୋହୁର ଆକ୍ରମଣରେ ଶାଶୁ ଆହତ ହୋଇଥିବା ଜଣାଯାଇଛି । ଏନେଇ ଶାଶୁ ସାବିତ୍ରୀ ଶଙ୍ଖୁଆ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ କିଛିଦିନ ତଳେ ପୁଅ ବୋହୁଙ୍କ ସହିତ ପାଟିତୁଣ୍ଡ ହେବାରୁ ସେମାନେ ଶାଶୁକୁ ଅଲଗା କରିଦେଇଥିଲେ । ଏପରିକି ଖାଇବାକୁ ମଧ୍ୟ ଦେଇ ନଥିଲେ । ଶାଶୁ ଏନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି ମାନେ ପୁଅ ନାମରେ ସବୁ ଜମିବାଡି ଥିବାରୁ କେବଳ ରେସନକାର୍ଡଟିକୁ ସାବିତ୍ରୀକୁ ଦେଇôତଲେ । ଏହି ରେସନକାର୍ଡରେ ମିଳୁଥିବା ଚାଉଳରେ ସାବିତ୍ରୀର ଭରଣ ପୋଷଣ ହେବ ବୋଲି କହିଥିଲେ । କିନ୍ତୁ ଆଜି ସକାଳୁ ବୋହୁ ଶାଣୁକୁ ରେସନକାର୍ଡଟି ମାଗିଥିଲା । ଶାଶୁ ନଦେବାରୁ ବୋହୁ ପାଖରେ ପଡିଥିବା ଏଗ ଚୁଲିଫୁଙ୍କା ନଳରେ ପିଟିବାରୁ ସାବିତ୍ରୀର ମୁଣ୍ଡରେ କ୍ଷତ ହୋଇ ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲା । ପଡୋଶୀମାନେ ତାଙ୍କୁ ଶାଳଣିଆଁ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ପରେ ଶାଶୁ ସାବିତ୍ରୀ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.