Home ଜିଲ୍ଲା ପରିକ୍ରମା ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ

ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ

29

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଭଗିବିନ୍ଧା ଉପ୍ରା ବିଦ୍ୟାଳୟ ପରିସରରେ ଆଜି ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ କରାଯାଇଛି । ଏଥିନେଇ ପ୍ରଧାନଶିକ୍ଷକ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଗରପଡାସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷକ ଡଃ ସୁଶାନ୍ତ କୁମାର ନାୟକ ଯୋଗଦେଇ ବୃତ୍ତିଗତ ଶିିକ୍ଷଣ ଗୋଷ୍ଠୀ ଗଠନ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ପୁରୁଷୋତ୍ତମ ଧଳ, ଶିକ୍ଷା ସଂଯୋଜକ ପ୍ରଶାନ୍ତ କୁମାର ଜେନା, ବଳଦେବଜୀଉ ଶିକ୍ଷା ସଂଯୋଜକ ଭାଗବତ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ସୌମିତ୍ରୀ ଦାସ, ଅତିଥି ପରିଚୟ ଶିକ୍ଷକ ଖଗେଶ୍ୱର ସୂତାର ଓ ଧନ୍ୟବାଦ ଶିକ୍ଷକ ବଟକୃଷ୍ଣ ଜେନା ପ୍ରଦାନ କରିଥିଲେ । ସେହିପରି ବିଷ୍ଣୁପୁର ସାଧନକେନ୍ଦ୍ର ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଚିଙ୍ଗୁଡିପୁର ଜଗନ୍ନାଥ ନୋଡାଲ ଉଚ୍ଚବିଦ୍ୟାପୀଠ ପରିସରରେ ଦେବେନ୍ଦ୍ରନାଥ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାସଂଯୋଜକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.