Home ଜିଲ୍ଲା ପରିକ୍ରମା ବିଶ୍ୱ ମହିଳା ଦିସବରେ କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଗର୍ଜିଲେ ଜିଲ୍ଳା ମହିଳା କଂଗ୍ରେସ, ଗ୍ୟାସ,...

ବିଶ୍ୱ ମହିଳା ଦିସବରେ କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଗର୍ଜିଲେ ଜିଲ୍ଳା ମହିଳା କଂଗ୍ରେସ, ଗ୍ୟାସ, ଡିଜେଲ, ପେଟ୍ରୋଲ, ନିତ୍ୟ ବ୍ୟବହାର୍ଯ୍ୟ ଜନିିଷର ଦରବୃଦ୍ଧିକୁ ବିରୋଧ, ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ

17

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପରିଣାମଦର୍ଶୀ ଶାସନ ପଦ୍ଧତି ଯୋଗୁ ଗ୍ୟାସ, ଡିଜେଲ, ପେଟ୍ରୋଲ, ନିତ୍ୟ ବ୍ୟବହାର୍ଯ୍ୟ ଜନିିଷର ଆକାଶ ଛୁଆଁ ମୂଲ୍ୟବୃଦ୍ଧି ଘଟିଛି । ଯାହା ଫଳରେ ମହିଳାମାନଙ୍କର ସମ୍ମାନ, ସ୍ୱାଭିମାନ ଓ ଆର୍ଥିକ ପ୍ରଗତିର ଅବକ୍ଷୟ ହେବା ସଂଗେ ସଂଗେ ପରିବାର ଚଳାଇବା କାଠିକର ପାଠ ହୋଇଗଲାଣି । ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ । ସର୍ବୋପରି ଗ୍ୟାସ ଓ ପେଟ୍ରୋଲ ମାଡ଼ ଜୀବନଯାତ୍ରାକୁ ଦୁର୍ବିସହ କରିଛି । ଡିଜେଲର ଦରବୃଦ୍ଧି ପରିବହନ ଉପରେ ପ୍ରଭାବ ପକାଉଥିବାରୁ ଅତ୍ୟାବଶ୍ୟକୀୟ ଜିନିଷର ଦର ସବୁ ଆକାଶ ଛୁଆଁ ହୋଇଛି । ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ବିକାଶର ନାରା ନେଇ ଡିଣ୍ଡିିମ ପିଟୁଥିବା ବେଳେ ବାସ୍ତବଠାରୁ ବହୁ ଦୂରରେ ରହିଥିବା କଥା ଜଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସକୁ ଜିଲ୍ଲା ମହିଳା କଂଗ୍ରେସ ପ୍ରତିବାଦର ସହ ପାଳନ କରିବାକୁ ଯାଇ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦଙ୍କ ନେତୃତ୍ୱରେ ଶତାଧିକ ମହିଳା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଶ୍ରୀମତି ଚନ୍ଦଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସଙ୍କ ସମେତ ରାଜ୍ୟ ମହିଳା ନେତ୍ରୀ ସୁଲୋଚନା ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସର ଏ ବିକ୍ଷୋଭକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ଏ ସମସ୍ତ ସାମଗ୍ରୀ ଉପରୁ ଦର ପ୍ରତ୍ୟାହାର କରନ୍ତୁ ଦାବି କରିଥିଲେ । ପରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବା ସହ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳା ଦାହ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଯେନା, ରୀନାରାଣି ଭୋଇ, ମଞ୍ଜୁବାଳା ପଣ୍ଡା, ମୀତା ଦାସ, ମମତା ନାୟକ, ପ୍ରଭାତ ନଳିନୀ ପଣ୍ଡା, ଭାରତୀ ମଲ୍ଲିକ, ଶଶିକଳା ବେହୁରିଆ, ସଞ୍ଜୁଲତା ମାଝୀ, ପ୍ରମିଳା ସେଠୀ, ସତ୍ୟଭାମା ବିଶ୍ୱାଳ, ଭାମାମଣି ଦେଉରୀ, ଅଭିଷେକ ରାଉତ, ପ୍ରସନ୍ନ ଧଳ, ରଜନୀକାନ୍ତ ଚନ୍ଦ, ନିରଞ୍ଜନ ମଲ୍ଲିକ, ରାଜକିଶୋର ସ୍ୱାଇଁ, ବିଜୟ ବାରିକ, ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.