Home ଜିଲ୍ଲା ପରିକ୍ରମା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ଚାନ୍ଦବାଲି ସ୍ପୋର୍ଟସ୍ ଏକାଡେମୀ ବିଜୟୀ

ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ଚାନ୍ଦବାଲି ସ୍ପୋର୍ଟସ୍ ଏକାଡେମୀ ବିଜୟୀ

17

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲରେ ‘ଭିଜନ -୨୦୨୪’ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟର ଆଜିର ମ୍ୟାଚରେ ଚାନ୍ଦବାଲି ସ୍ପୋଟ୍‌ସ୍ ଏକାଡେମୀ ବିଜୟୀ ହୋଇଛି । ଆଜିର ମ୍ୟାଚ ସୂର୍ଯ୍ୟଶିଖା କ୍‌୍ରିକେଟ କ୍ଲବ ଓ ଚାନ୍ଦବାଲି ସ୍ପୋଟ୍‌ସ୍ ଏକାଡେମୀ (ସିଏସ୍‌ଏ) ମଧ୍ୟରେ ଖେଳା ଯାଇଥିଲା । ସିଏସ୍‌ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୪୦ ଓଭରରେ ୯ ଉଇକେଟ ହରାଇ ୨୩୧ରନ କରିଥିଲା । ଦଳ ପକ୍ଷରୁ କୌଶିକ କୁମାର ନାୟକ ୯୩ ରନ ଓ ଶଶାଙ୍କ ଶେଖର ଦାଶ ୨୮ ରନ କରିଥିଲେ । ସୂର୍ଯ୍ୟଶିଖା ପକ୍ଷରୁ ମୃତ୍ୟୁଞ୍ଜୟ ରାଉତ, ଆଶିଷ କୁମାର ମହାପାତ୍ର, ମୟଙ୍କ ଜୟସ୍ୱାଲ ପ୍ରତ୍ୟେକେ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସରେ ବ୍ୟାଟିଂ କରି ସୂର୍ଯ୍ୟଶିଖା କ୍ଳବ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍‌ୁଖୀନ ହୋଇ ୨୪.୫ ଓଭରରେ ୯ ଉଇକେଟ ହରାଇ ମାତ୍ର ୬୯ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ମୃତ୍ୟୁଞ୍ଜୟ ରାଉତ ଓ ମୁକେଶ କୁମାର ମଲ୍ଲିକ ଦୁଇ ଅଙ୍କରେ ପହଞ୍ଚି ଉଭୟେ ୧୧ରନ ଲେଖାଏଁ କରିଥିଲେ । ସିଏସ୍‌ଏ ପକ୍ଷରୁ ଅଭିଜିତ ମହାରଣା ଓ ସୌମ୍ୟ ରଂଜନ ପାଢୀ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ । ସିଏସ୍‌ଏ ଉକ୍ତ ମ୍ୟାଚକୁ ୧୬୨ ରନରେ ଜିତିଥିଲା । କୌଶିକ କୁମାର ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ, ସାର୍ଥକ ବିଶ୍ୱାଳ, ପ୍ରଦିପ କୁମାର ନାୟକ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.