Home ଜିଲ୍ଲା ପରିକ୍ରମା ଟୋକନ ଥିବା ଚାଷୀ ଧାନସହ ରାଜପଥ ଅବରୋଧ, ପ୍ରତିଶ୍ରୁତି ପରେ ଓହରିଲେ

ଟୋକନ ଥିବା ଚାଷୀ ଧାନସହ ରାଜପଥ ଅବରୋଧ, ପ୍ରତିଶ୍ରୁତି ପରେ ଓହରିଲେ

20

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକର ପନ୍ଦରଟି ସରକାରୀ ମଣ୍ଡିରେ ଧାନବିକ୍ରୀ ପାଇଁ ଅପେକ୍ଷାରେ ଥିବା ଟୋକନ ଧାରୀ ଚାଷୀମାନେ ଆଜି ୧୬ ନଂ ଜାତୀୟ ରାଜପଥକୁ ଭଣ୍ଡାରିପୋଖରୀ ଠାରେ ଅବରୋଧ କରିଥିଲେ । ଶହ ଶହ ଚାଷୀ ଟ୍ରାକ୍ଟର, ମିନିଟ୍ରକ ଆଦିରେ ଧାନବସ୍ତା ଆଣି ଦିନ ୧୧ଟା ବେଳେ ବସଷ୍ଟାଣ୍ଡରେ ରାଜପଥ ଉପରେ ବସିରହି ବିକ୍ରୀ ପାଇଁ ଅଡିବସିଥିଲେ । ରାମଚନ୍ଦ୍ର ସେନାପତି, ବିଜୟ ଖିଲାର, ରମେଶ ଭାରତୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁକ୍ତିକାନ୍ତ ଜେନା, ଶଶୀରଞ୍ଜନ ନାୟକ, ଜୟନ୍ତ ସାହୁ, ଅଜୟ ପାଣିଗ୍ରାହୀ ପ୍ରମୁଖଙ୍କ ସହ ବହୁ ଚାଷୀ ରାଜପଥ ଅବରୋଧ କରିଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଶରତ ବେହେରା, ଏ.ଆର.ସି.ଏସ. ବିକାଶ କୁମାର ନାୟକ, ସହକାରୀ ଏ.ଆର.ସି.ଏସ. ସତ୍ୟପ୍ରକାଶ ସେଠୀ, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ମାର୍କେଟିଂ ଇନସପେକ୍ଟର ରେବତୀଶସିଂ ନାୟକ ପ୍ରମୁଖ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଅବଧି ସମାପ୍ତ ହୋଇଥିବା ଟୋକନର ସମୟସୀମା ବୃଦ୍ଧି, ତନଖି ହୋଇସାରିଥିବା ଚାଷୀଙ୍କ ଧାନବିକ୍ରୀ ପାଇଁ ଦୁଇଦିନ ମଧ୍ୟରେ ଟାର୍ଗେଟ ପ୍ରଦାନ, ଆଦୌ ଧାନବିକ୍ରୟ କରିନଥିବା ଚାଷୀଙ୍କୁ ଅଗ୍ରାଧିକାର, ଆଜି ଧାନଆଣିଥିବା ଚାଷୀ ଫେରସ୍ତ ନନେଇ ମଣ୍ଡିରେ ଗଚ୍ଛିତ କରିବାକୁ ନିଷ୍ପତ୍ତି ହୋଇଥିଲା । ଦିନ ଦୁଇଟାରେ ଚାଷୀମାନେ ଅବରୋଧ ପ୍ରତ୍ୟାହାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.