Home ଜିଲ୍ଲା ପରିକ୍ରମା ବିଶିଷ୍ଟ ଆଇନଜୀବି ଡ. ଅଶୋକ ମହାପାତ୍ରଙ୍କ ବିୟୋଗ

ବିଶିଷ୍ଟ ଆଇନଜୀବି ଡ. ଅଶୋକ ମହାପାତ୍ରଙ୍କ ବିୟୋଗ

72

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରାଜେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସାରୋ ଗ୍ରାମରେ ଜନ୍ମିତ ଓଡିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବି ଡ.ଅଶୋକ କୁମାର ମହାପାତ୍ରଙ୍କର ଶନିବାର ପରଲୋକ ହୋଇଯାଇଛି । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭଦ୍ରକ ଜିଲ୍ଲାର ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ପରିଚିତ ଥିଲେ । ଯାତ୍ରା ସମ୍ରାଟ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଜ୍ୟୋଷ୍ଠପୁତ୍ର ଅଶୋକବାବୁ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସାରୋ ଗ୍ରାମରେ ଶ୍ୟାମସୁନ୍ଦର ମହାପାତ୍ର ଉଚ୍ଚବିଦ୍ୟାନିକେତନ ଓ ଶକୁନ୍ତଳା ମହାପାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ସହ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଙ୍ଗଠନର ପୃଷ୍ଠପୋଷକ ଏବଂ ଦିଗଦର୍ଶକ ଭାବେ ପରିଚିତି ହାସଲ କରିଥିଲେ । ଭାରତୀୟ ସମ୍ବିଧାନର ‘ସମାନତାର ଅଧିକାର’ ଶିର୍ଷକ ଗବେଷଣାତ୍ମକ ସନ୍ଦର୍ଭ ଲେଖି ଆଇନରେ ଡକ୍ଟରେଟ ହାସଲ କରିଥିଲେ । ଏହାସହ ସେ ବହୁ ଆଇନ ପୁସ୍ତକ ରଚନା କରିଥିଲେ । ଓଡିଶା ହାଇକୋର୍ଟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ସୁରକ୍ଷା ଭଳି ଓଡିଶାର ବହୁଚର୍ଚ୍ଚିତ ମାମଲାର ପରିଚାଳନା କରି ପ୍ରସିଦ୍ଧି ଅର୍ଜ୍ଜନ କରିଥିଲେ । ତାଙ୍କର ଧର୍ମପତ୍ନୀ ଡ ଚିନ୍ମୟୀ ମହାପାତ୍ର ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାଇତ୍ୱ ତୁଲାଇ ନିକଟ ଅତୀତରେ ଅବସର ଗ୍ରହଣ କରିଛନ୍ତି । ଏକମାତ୍ର ପୁଅ ଆଲୋକ ଓ ଜ୍ୟୋଷ୍ଠକନ୍ୟା ସ୍ୱସ୍ତୀସୁବ୍ରତା ଆଇନ ବ୍ୟବସାୟରେ ନିୟୋଜିତ ଥିବା ବେଳେ କନିଷ୍ଠ କନ୍ୟା ସୃତିରୂତବ୍ରତା କମ୍ପୁଟର ଇଂଜିନିୟର ଅଛନ୍ତି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଶୋକ ପ୍ରକାଶ ପାଇଛି । ସାରୋ ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡା, ଶିକ୍ଷକ ମାନସ ରଞ୍ଜନ ଶତପଥି, ସନ୍ତୋଷ ପାତ୍ର, ଜିତେନ୍ଦ୍ର ପଣ୍ଡା, ସୁନିଲ କୁମାର ସାହୁ ପ୍ରମୁଖ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.