Home ଜିଲ୍ଲା ପରିକ୍ରମା ଅକ୍ଟୋବର ବିପ୍ଳବର ୧୦୩ ବର୍ଷ ପୂର୍ତ୍ତି ପାଳିତ, ସିପିଆଇ(ଏମ୍‌) ପକ୍ଷରୁ ଲାଲ ପତାକା ଉତ୍ତୋଳନ

ଅକ୍ଟୋବର ବିପ୍ଳବର ୧୦୩ ବର୍ଷ ପୂର୍ତ୍ତି ପାଳିତ, ସିପିଆଇ(ଏମ୍‌) ପକ୍ଷରୁ ଲାଲ ପତାକା ଉତ୍ତୋଳନ

26

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱରେ ମଣିଷ ଉପରେ ମଣିଷର ଅତ୍ୟାଚାର ବିରୁଦ୍ଧରେ ଐତିହାସିକ ଅକ୍ଟୋବର ବିପ୍ଳବର ୧୦୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସିପିଆଇ (ଏମ୍‌) ପକ୍ଷରୁ ଲାଲ ପତାକା ଉତ୍ତୋଳନ କରାଯାଇଥିଲା । ଆଜି ସକାଳୁ କଚେରୀ ବଜାର ଠାରେ ଶତାଧିକ ଶ୍ରମଜୀବୀଙ୍କ ଗହଣରେ ସିପିଆଇ(ଏମ୍‌) ଆଞ୍ଚଳିକ କମିଟି ସଂପାଦକ ରାଧା ଦାସ ଉକ୍ତ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିପିଆଇ(ଏମ୍‌) ଜିଲା ସଂପାଦକ ଦିବ୍ୟସିଂହ ନାୟକ, ନିରଂଜନ ପାଣି, ଗିରିଧାରୀ ନାଥ, ସେକ୍ କମର, ସେକ୍ ସତାରୁଦ୍ଦିନ୍‌, ସେକ୍ କାଲୁ, ସେକ୍ ତୋବାରକ, ସେକ୍ କାସିମ, ଇକୁବ ଖାଁ, କାଳନ୍ଦୀ ପାତ୍ର, ମୁକ୍ତିକାନ୍ତ ବାରିକ, ମଣ୍ଟୁ ମୁଣ୍ଡାହ, ଗେଜ ମୁଣ୍ଡା, ପିକେ ରେଡ୍ଡି, ବାଦଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଋଷ ମାଟିରେ ବଲ ସେବିକ ପାର୍ଟିର ନେତା ଲେଲିନ୍‌ଙ୍କ ନେତୃତ୍ୱରେ ହିଟଲରର ନାଜିବାଦ ଓ ଫାସୀବାଦ ବିରୁଦ୍ଧରେ ଲଢେଇ କରି ସମାଜବାଦ ପ୍ରତିଷ୍ଠା କରି ଶ୍ରମିକ ଶ୍ରେଣୀ ନେତୃତ୍ୱରେ ବିଶ୍ୱର ପ୍ରଥମ ଥର କମ୍ୟୁନିଷ୍ଟମାନେ ଶାସନ କ୍ଷମତା ଦଖଲ କରିଥିଲେ । ସମଗ୍ର ବିଶ୍ୱରେ ଶ୍ରମିକ କୃଷକ ଉପରେ ପୁଂଜିପତି ମାନଙ୍କର ଶୋଷଣ ଓ ଫାସୀବାଦ ବିରୁଦ୍ଧରେ ଲଢେଇର ସ୍ୱର ଉତ୍ତୋଳନ କରିବା ପାଇଁ କମ୍ୟୁନିଷ୍ଟ ଆଦର୍ଶକୁ ଗ୍ରହଣ କରିଥିଲେ । ଆଜି ମଧ୍ୟ ବିଶ୍ୱରେ ମଣିଷ ଉପରେ ମଣିଷର ଶୋଷଣ ଚାଲିଛି । ସାମ୍ରାଜ୍ୟବା କରପୋରେଟ୍ କଂପାନୀ ମାନଙ୍କ ଦ୍ୱାରା ଓ ଆମ ଦେଶର ଚାଷୀ ମୂଲିଆ କୃଷକ ଛାତ୍ର ଯୁବକ ମହିଳା ମାନେ ମୋଦି ସରକାର ନାମ ବଦଳାଇ କାମକୁ ଅକାମରେ ପରିଣତ କରି ଦରଦାମ୍ ବଢାଉଛନ୍ତି । କଳ କାରଖାନା ବନ୍ଦ କରୁଛନ୍ତି, ସମ୍ବିଧାନ ଓ ଗଣତନ୍ତ୍ରକୁ ହତ୍ୟାକରି ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିଥିବାରୁ ତାର ପ୍ରତିବାଦ କରିବାକୁ ସକଳ ଶ୍ରେଣୀର ମଣିଷ ଏକଜୁଟ ହୋଇ ନଭେମ୍ବର ୨୬ ଦେଶବ୍ୟାପୀ ହରତାଳକୁ ସଫଳ କରିବା ପାଇଁ ଉପରୋକ୍ତ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.