Home ଜିଲ୍ଲା ପରିକ୍ରମା ବିବାଦରେ ଟୁଲଙ୍କସାହି ରାସ୍ତା ନିର୍ମାଣ

ବିବାଦରେ ଟୁଲଙ୍କସାହି ରାସ୍ତା ନିର୍ମାଣ

45

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପରେ ସହରର ଟୁଲଙ୍କସାହିରେ ହେଉଥିବା ରାସ୍ତା ନିର୍ମାଣକୁ ନେଇ ଲାଗିଛି ଟଣାଓଟରା। ଜିଦ୍‌ରେ ଅଟଳ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ପରେ ଗଣ୍ଡୋଗଳ ଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା। ଏହାକୁ ନେଇ ବିବାଦ ଏବେ ଥାନା ପର୍ଯ୍ୟନ୍ତ ଯାଇଛି। ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଉଭୟ ପକ୍ଷ ଆଜି ଥାନାରେ ହାଜର ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଗଣ୍ଡୋଗଳ ଯୋଗୁଁ ଚାଲିଥିବା ରାସ୍ତାକାମ ଏବେ ମନ୍ଥର ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଦୀର୍ଘଦିନ ପରେ ହେଉଥିବା ଏହି ରସ୍ତା ନିର୍ମାଣରେ ଉପୁଜିଥିବା ସମସ୍ୟାକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.