Home କବିତା ଭର୍ଚୁୁଆଲ କବିତା ଆସର ‘ମେଘ ମହ୍ଲାର’

ଭର୍ଚୁୁଆଲ କବିତା ଆସର ‘ମେଘ ମହ୍ଲାର’

228

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷହ ‘ମେଘ ମହ୍ଲାର’ କବିତା ଆସର ଓ ସାରସ୍ୱତ ସମାରୋହ ବିଶ୍ୱବିଦ୍ୟାଳୟ ସ୍ନାତକୋତର ପରିଷଦ ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମଧୁମିତା ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ ସହ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ଏହିଭଳି ନିଆରା ଭରଚୁଆଲ କବିତା ଆସର ‘ମେଘ ମହ୍ଲାର’ର ବେଶ ପ୍ରଶଂସନୀୟ ବୋଲି କହିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳସଚିବ ବ୍ରହ୍ମାନନ୍ଦ ବେହେରା, ଓଡ଼ିଆ ଭାଷା ବିଭାଗ ମୁଖ୍ୟ ତଥା ସ୍ୱଭାବକବି ଗଙ୍ଗାଧର ମେହରଙ୍କ ଅଣନାତି ପ୍ରଫେସର ମଣୀନ୍ଦ୍ର ମେହେର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକୀରମୋହନଙ୍କ ମାଟିରେ ଏହିପରି କବିତା ଆସର ତଥା ସାରସ୍ୱତ ସମାରୋହ ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ ଋଦ୍ଧୀମନ୍ତ କରୁଛି ବୋଲି କହିଥିଲେ। ଫକୀରମୋହନ, ରାଧାନାଥ ଓ ଗଙ୍ଗାଧରଙ୍କ ମିଳନ କିପରି ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସାହିତ୍ୟର ସେତୁ ଗଢ଼ିଥିଲା ସେ ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। କୋଭିଡ଼ ଗାଇଡ଼ଲାଇନ୍ ପାଳନ ସହ ଆୟୋଜିତ ଏହି ‘ମେଘ ମହ୍ଲାର’ କବିତା ପାଠ ଓ ସାରସ୍ୱତ ସଭାରେ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ଜୁଲାଇ -୨୦୨୦ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ମୁଦ୍ରଣଶିଳ୍ପୀ ‘ରଘୁନାଥ ପ୍ରେସ’ର ଅନ୍ୟତମ ପ୍ରତିଷ୍ଠାତା ଚନ୍ଦ୍ରକିଶୋର ମହାପାତ୍ରଙ୍କୁ ‘ଯୁଗଶ୍ରୀ ଯୁଗନାରୀ ପତ୍ରିକା ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା। ଏଥି ସହିତ ଆୟୋଜିତ କବିତା ପାଠ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକ ମମତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସହ-ସଂପାଦିକା ଡ- ପ୍ରଭାବତୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥବା ବେଳେ କଲ୍ୟାଣୀ ନନ୍ଦ ସ୍ୱାଗତ ସଂଗୀତ ଗାନ କରିଥିଲେ। ଅଧ୍ୟାପକ କମଳାକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତି ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ସୁଶ୍ରୀ ଗୀତାଞ୍ଜଳି ସିଂହ, ଶିଳ୍ପୀ କେଶୁ ଦାସ, ଇଂ- ବିକ୍ରମ ମାଝୀ, ବସନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.