Home ଜିଲ୍ଲା ପରିକ୍ରମା ବିଏମ୍‌ଏସ୍‌ର ପ୍ରତିଷ୍ଠା ଦିବସ : କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ

ବିଏମ୍‌ଏସ୍‌ର ପ୍ରତିଷ୍ଠା ଦିବସ : କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ

30

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ଆଜି କୋଭିଡ଼ କଟକଣା ଅନୁପାଳନ ପୂର୍ବକ ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ଅଙ୍ଗନୱାଡି, ଆଶାକର୍ମୀ ଯେଉଁମାନେ କି କୋଭିଡ଼ ଯୋଦ୍ଧା ଭାବେ କରୋନା ମହାମାରୀ ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି, ସେହିମାନଙ୍କ ମଧ୍ୟରୁ କେତେଜଣଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଛି । ପ୍ରଥମେ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦନ୍ତପନ୍ତ ଥେଙ୍ଗ୍‌ଡିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସଂଘୀୟ ସଂଗୀତ ଗାନ କରାଯାଇଥିଲା । ବିଏମ୍‌ଏସ୍ ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ମୁକ୍ତିକାନ୍ତ ସାହୁ ବିଗତ ଦିନର ସଂଘୀୟ ସ୍ଥିତି ଓ ଆଗାମୀ ଦିନ ପାଇଁ ପ୍ରସ୍ତୁତି ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଏଥିରେ ଯୋଗ ଦେଇଥିବା ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର ସାଂଗଠନିକ ଶକ୍ତି ବୃଦ୍ଧି ଦିଗରେ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଘର ପୂର୍ବତନ ସଭାପତି ବିଜୟ ମିଶ୍ର, ସଂଗଠନ ସମ୍ପାଦକ ପରେଶ ନାଥ ଧଳ ଭାରତୀୟ ମଜଦୁର ସଂଘ ଏକ ସର୍ବ ବୃହତ ରାଷ୍ଟ୍ରୀୟ ମଜଦୁର ସଂଘ, ଏହି ସଂଘ ସବୁ ସମୟରେ ଗରିବ ମଜଦୁରଙ୍କ ପାଇଁ କାର୍ଯ୍ୟ କରି ଆସିଛି ଏବଂ ଆଗାମୀ ଦିନରେ କରିବ ବୋଲି କହିଥିଲେ । ସଭାପତି ବସନ୍ତରାୟ ତାଙ୍କ ଅଭିଭାଷଣରେ ସଂଘକୁ ଆଗେଇ ନେବା ପାଇଁ ଏକ ମଜବୁତ୍ ସାଂଗଠନିକ ମାନସିକତାର ଆବଶ୍ୟକତା ରହିଛି । ଯାହାକୁ ଆଧାର କଲେ ସଂଘ ନିଶ୍ଚିତ ଧୃଢ ହେବ ବୋଲି କହିଥିଲେ । ଏହି ଅବସରରେ ସଂଘର ଜିଲ୍ଲା ଉପସଭାପତି ବସନ୍ତ ରାଉତ, ବିଶ୍ୱନାଥ ଜେନା, ଅଶୋକ ନାୟକ, ବିଦ୍ୟାଧର ନାୟକ, କମଳାକାନ୍ତ ସାହୁ, ବଳରାମ ନାୟକ, ମୀନକେତନ ପାଲ, ରଞ୍ଜନ ମହାନ୍ତି, ଜିତୁବାବୁ ଦାସ, ଲକ୍ଷ୍ମୀପ୍ରିୟା ରାଉତ, କନକ ବିଶ୍ୱାଳ, ସନ୍ଧ୍ୟାରାଣି ପହି, ମଞ୍ଜୁଲତା ବାରିକ, ଜାନକୀ ଦାସ, ଜୟନ୍ତୀ ଜେନା, ନିରୂପମା ପତ୍ରି, ସୁଜାତା ଜେନା, ନମିତା ବସନ୍ତରାୟ, ପୁଷ୍ପାରାଣି ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.