Home ଜିଲ୍ଲା ପରିକ୍ରମା ଆଖୁଆପଦାରେ ବ୍ୟାରେଜ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ସୃଷ୍ଟି ହେବ- ବଦ୍ରୀ , ସଙ୍କିର୍ଣ୍ଣତା...

ଆଖୁଆପଦାରେ ବ୍ୟାରେଜ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ସୃଷ୍ଟି ହେବ- ବଦ୍ରୀ , ସଙ୍କିର୍ଣ୍ଣତା ଭୁଲି ସହଯୋଗ ପାଇଁ ସମସ୍ତଙ୍କୁ ସାମ୍ବାଦିକ ସମ୍ମିଳନୀରେ କଲେ ନିବେଦନ

66

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ସୃଷ୍ଟି କରାଯିବ । ଏହି ବ୍ୟାରେଜ ନିର୍ମାଣ ଦ୍ୱାରା ଜନସାଧାରଣଙ୍କ କୃଷିକାର୍ଯ୍ୟ ସୁଗମ ହେବ । ବନ୍ୟା ନିୟନ୍ତ୍ରଣ ସହ ବ୍ୟାପକ ଚାଷ ଜମିକୁ ବର୍ଷ ବର୍ଷ ଭରି ଜଳସେଚନ ସୁବିଧା ମିଳିପାରିବ । କୃଷି ଅଞ୍ଚଳ ଭାବେ ପରିଚିତ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଆଦି ବ୍ଲକ ପାଇଁ ଆଖୁଆପଦା ବ୍ୟାରେଜ ଏକ ଉପହାର ହେବ । ବୈତରଣୀ ନଦୀର ଆଖୁଆପଦାରେ ଥିବା ଉପଯୁକ୍ତ ଭିତ୍ତିଭୂମି ବ୍ୟାରେଜ ନିର୍ମାଣ ପାଇଁ ସବୁଠୁ ସୁବିଧାଜନକ । ଆନିକଟର ହାଇଲେବୁଲ କେନାଲ, ମାଇନର ଓ ଡିଷ୍ଟ୍ରିବ୍ୟୁଟାରି କେନାର ପୁନରୁଦ୍ଧାର କରାଯିବା ଆବଶ୍ୟକତା ରହିଛି । ବନ୍ୟା ନିୟନ୍ତ୍ରଣ ପାଇଁ କଣ୍ଟିଘାଇ ଓ ବାଲିପୋଖରୀ ଏସକେପର ସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରାଯିବା ଦରକାର । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୈତରଣୀ ନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ ଚୁଡାନ୍ତ କରାଯାଇଛି । ହେଲେ ଆଖୁଆପଦାର ପୁରାତନ ଆନିକଟ ଏହି ଜନମଙ୍ଗଳକାରୀ ପ୍ରକଳ୍ପରୁ ବାଦ ପଡିଛି ।

ସ୍ଥାନୀୟ ବିଧାୟକଙ୍କ ଆନ୍ତରିକତା ଅଭାବରୁ ଏହା ସମ୍ଭବ ହୋଇପାରି ନାହିଁ । ଗତ ସେପ୍ଟେମ୍ବର ମାସରୁ ଭାରତୀୟ ଜନତା ପାର୍ଟି ଏଥିପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏବେ ତାହାକୁ ତ୍ୱରାନ୍ୱିତ କରାଯିବ । ଆଗାମୀ ୨୬ ତାରିଖରୁ ପଦଯାତ୍ରା ମାଧ୍ୟମରେ ଦସ୍ତଖତ ସଂଗ୍ରହ ସହ ଜନଜାଗରଣ ସୃଷ୍ଟି କରାଯିବ । ଆବଶ୍ୟକ ହେଲେ ଆନ୍ଦୋଳନ କରାଯିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଭଣ୍ଡାରିପୋଖରୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରାଯାଇଛି । ପର୍ଯ୍ୟଟନ ଅପେକ୍ଷା କୃଷି ଓ ବନ୍ୟାନିୟନ୍ତ୍ରଣ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ରାଜ୍ୟ ସରକାର ଅନୁଭବ କରିବା ଦରକାର । ଭଣ୍ଡାରିପୋଖରୀ ମାଟିର ଏହି ଲଢେଇରେ ସହଯୋଗ କରିବାକୁ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅପିଲ ମଧ୍ୟ କରିଛନ୍ତି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ । ସ୍ୱାଧିନତାର ଦୀର୍ଘ ଆଠ ଦଶନ୍ଧି ପରେ ମଧ୍ୟ ଭଣ୍ଡାରିପୋଖରୀ ଅଞ୍ଚଳର ଲୋକେ ବନ୍ୟାସୁରକ୍ଷାରୁ ବଞ୍ôଚତ ହେବାର କାରଣ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀ ଧଳ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ମୁକୁନ୍ଦ ମଲ୍ଲିକ, ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ସାଧାରଣ ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜୟସ୍ମିତା ଗୋଚ୍ଛାୟତ, ନିର୍ମଳ କର, ପ୍ରଦ୍ୟୁମ୍ନ ସେନାପତି, ଅଜୟ ରାଉତ, ପ୍ରତାପ ଦ୍ୱିବେଦୀ, ସୁଶାନ୍ତ ମହାପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.