ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାଲ୍ୟବିବାହ ଭଳି କୁପ୍ରଥାର ଉଚ୍ଛେଦ ନିମନ୍ତେ ଆସିୟାନା, (ସୋସାଇଟୀ ଫର ୱିକର କମ୍ଯୁନିଟି) , ଭଦ୍ରକ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାଲ୍ୟବିବାହ ଆଇନଗତ ଅପରାଧ ବୋଲି ଉଲ୍ଲେଖ କରିବା ସହିତ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉପରେ ବାଲ୍ୟବିବାହର କୁପ୍ରଭାବ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ ଶିଶୁ ସୁରକ୍ଷା ପ୍ରତ୍ୟେକ ପରିବାର ଓ ସମାଜର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଭାବେ ଶିଶୁ ମଙ୍ଗଳ କମିଟିର ସଦସ୍ୟ, ପ୍ରଦୀପ୍ତ କୁମାର କର, ସଦସ୍ୟ (ଶିଶୁ ବିକାଶ ସୁରକ୍ଷା ଅଧିକାରୀ ), ଭଦ୍ରକ, ଉର୍ବଶୀ ମହାନ୍ତି, ବହ୍ନିଶିଖା ବିଶ୍ୱାଳ, ପ୍ରତିପକ୍ଷ ଓକିଲ ଏବଂ ନ୍ୟାୟ ରକ୍ଷକ, ଭଦ୍ରକ, ଆସିୟାନା, ଭଦ୍ରକ, ସମ୍ପାଦିକା, ସୋଫିଆ ସେକ, ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀ ଗଣ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ଅଧିକାର ଓ ସହାୟତା ବ୍ୟବସ୍ଥା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ। ସମସ୍ୟା ଦେଖିଲେ କିମ୍ବା ଅନୁଭବ କଲେ (୧୦୯୮) ନିଃଶୁଳ୍କ ନମ୍ୱରରେ ଅଭିଯୋଗ କରିବାକୁ ଏବଂ ନାଲସା ଦ୍ୱାରା ଜାରି ହୋଇଥିବା ୧୫୧୦୦(ଦେୟ ମୁକ୍ତ) ନମ୍ବରରେ ମାଗଣା ଆଇନ ସେବା ସମ୍ବନ୍ଧରେ ଜାଣିବା ନିମିତ ଆହ୍ୱାନ କରାଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ୱାରା ଅଭିନୀତ ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା ଏବଂ ଏହିଭଳି ସଚେତନତା ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ଉଲ୍ଲେଖ କରିଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ପରିଶେଷରେ ଆସିୟାନା ସମ୍ପାଦିକା, ସୋଫିଆ ସେକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








