Home ଜିଲ୍ଲା ପରିକ୍ରମା ଲୌହ ମାନବୀ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ,ନନ୍ଦିନୀଦେବୀଙ୍କ ୯୫ ତମ ଜୟନ୍ତୀ ପାଳିତ

ଲୌହ ମାନବୀ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ,ନନ୍ଦିନୀଦେବୀଙ୍କ ୯୫ ତମ ଜୟନ୍ତୀ ପାଳିତ

2

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତିଭାର ଅଧିକାରୀ ଥିଲେ ଲୌହ ମାନବୀ ତଥା ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ ଭୁସଂସ୍କାର ଆଇନ ପ୍ରଣୟନ ଠାରୁ ଆରମ୍ଭ କରି ଓଡିଶା ର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ବୋଲି ତାଙ୍କ ଜୟନ୍ତୀ ଅବସରରେ ବକ୍ତା ମାନେ ପ୍ରକାଶ କରିଥିଲେ । ତ୍ୟାଗଭୂମି ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ମହତାବ ନଗର ସ୍ଥିତ ମଙ୍ଗଳା ମନ୍ଦିରରେ ଆୟୋଜିତ ଜୟନ୍ତୀ ଉତ୍ସବରେ କଥାକାର ପବିତ୍ର ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଙ୍ଘ ସଭାପତି ଲଲାଟେନ୍ଦୁ ମହାନ୍ତି,ଅବସର ପ୍ରାପ୍ତ ପ୍ରଫେସର କମଳାକାନ୍ତ ସ୍ୱାଇଁ, ସ୍ତମ୍ଭକାର ପ୍ରଫୁଲ୍ଲ ସାହୁ, ବରିଷ୍ଠ ଆଇନଜୀବୀ ଗଦାଧର ବଳ, ଅମର ପାଣିଗ୍ରାହୀ,ଗୌରାଙ୍ଗ ବାରିକ, ରୂପକ ବିହାରୀ ରାୟ, ନାରାୟଣ ପାଢ଼ୀ ପ୍ରମୁଖ ନନ୍ଦିନୀ ଦେବୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ , ମନ୍ଦରଧର ଦୀକ୍ଷିତ, ଦେବସ୍ମିତା ସାହୁ, ଅନୁସୟା ସ୍ୱାଇଁ, ଅନିତା ବାରିକ,ସୁର ମାଧବ ପାଣିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସାମ୍ବାଦିକ ସନାତନ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କାଳୀପଦ ରାୟ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.