Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ବାଲେଶ୍ୱରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

41

ବାଲେଶ୍ୱର, ୧୫୨ା୨(ଓଡ଼ିଆ ପୁଅ/ଅଭୟ ଦାସ): ତୈଳଦର ବୃଦ୍ଧି, ନୂତନ କୃଷି ଆଇନ ଓ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ସୋମବାର ୬ ଘଌକ୍ଷଗ୍ଧ;ିଆ ବନ୍ଦ ପାଳିତ ହୋଇଥିବା ବେଳେ ବାଲେଶ୍ୱର ଜିଲାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳାର ବନ୍ଦ ପାଳିତ ହୋଇଥିଲେ ବି ଏଥିରେ ଜନଜୀବନ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ସକାଳ ୭ଟାରୁ କଂଗ୍ରେସ କର୍ମୀ ଓ ନେତାମାନେ ସହରର ଷ୍ଟେସନ ଛକ ନିକଟରେ ସମ୍ମିଳିତ ହୋଇ ରସ୍ତା ଯାଉଥିବା ଗାଡିଗୁଡିକୁ ଅଟକାଇଥିଲେ। ଫଳରେ କାଁଭାଁ ଦୁଇଚକିଆ ଯାନବାହାନ ରାସ୍ତାରେ ଯାଉଥିଲେ ବି ବସ, ଟ୍ରକ, ଟ୍ରେକର ପ୍ରଭୃତି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏମିତିକି ବସ ଚଳାଚଳ ବନ୍ଦ ରହିବା ଫଳରେ ସହଦେବଖୁଌକ୍ଷଗ୍ଧ;ା ଷ୍ଟାଣ୍ଡରେ ଅପେକ୍ଷାରତ ବହୁ ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। କର୍ମୀମାନେ ଦଳ ଦଳ ହୋଇ ସହରର ବିଭିନ୍ନ ଅଞ୍ଚଳ ବୁଲି ଦୋକାନ ବଜାର ବନ୍ଦ କରିଥିଲେ। ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ କର୍ମୀମାନେ କୋର୍ଟ, ବ୍ୟାଙ୍କ ସମେତ ସହରର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଆଗରେ ପିକେଟିଂ କରିବା ସହିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ବାଲେଶ୍ୱର ସହରର ଏକାଧିକ କୋର୍ଟ, ବିଭିନ୍ନ ବ୍ୟାଙ୍କ, ସ୍କୁଲ କଲେଜ୍, ତହସିଲ, ସବ-ରେଜିଷ୍ଟ୍ରାର ଅଫିସ, ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ କର୍ମଚାରୀ ଶୂନ୍ୟ ଭଳି ଅନୁଭୁତ ହୋଇଥିଲା। ୯ ଟା ପୂର୍ବରୁ ପହଞ୍ଚି ଯାଇଥିବା କାଁ ଭାଁ ଅଧିକାରୀ ଓ କର୍ମଚାରୀ ଅଫିସରେ କେବଳ ବସି ରହି ସମୟ ବିତାଇଥିଲେ। ଅନ୍ୟପକ୍ଷରେ ପ୍ରେଟ୍ରୋଲ ପମ୍ପ, ହୋଟେଲ, ସମେତ ଅନ୍ୟାନ୍ୟ ସମସ୍ତ ଦୋକାନ ବନ୍ଦ ରହିବା ଯୋଗୁଁ ଲୋକମନାଙ୍କୁ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତୈଳନୀତି ଯୋଗୁଁ ବାରମ୍ବାର ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିର ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି ବୋଲି କଂଗ୍ରେସର କର୍ମକର୍ତ୍ତାମାନେ ଆରୋପ କରିଥିଲେ। ପରୋକ୍ଷ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିପଳ ହୋଇଥିବା ବେଳେ ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ତୈଳଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଧାରଣ ଦୁର୍ବିସହ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର ପାଇଁ କଂଗ୍ରେସ ନେତାମାନେ ଦାବି କରିଥିଲେ। ନତୁବା ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ବନ୍ଦ ପାଳନ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯଇଥିଲା। ବିଭିନ୍ନ ସରକାରୀ ଅଫିସ ସମେତ ସହରର ବହୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିବା ବେଳେ ଏକାଧିକ ପାଟ୍ରୋଲିଂ ଗାଡ଼ି ସହର ମଧ୍ୟରେ ବୁଲିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଥିଲା। ଜିଲ୍ଲା ପୁଲିସର ପଦସ୍ଥ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.