Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ମା’ ଭଦ୍ରକାଳୀ ମହିଳା ମହାସଂଘର ଆଲୋଚନା ଓ ସମ୍ବର୍ଦ୍ଧନା ସଭା

ଜିଲ୍ଲାସ୍ତରୀୟ ମା’ ଭଦ୍ରକାଳୀ ମହିଳା ମହାସଂଘର ଆଲୋଚନା ଓ ସମ୍ବର୍ଦ୍ଧନା ସଭା

11

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀ ମହିଳା ମହାସଂଘ ପକ୍ଷରୁ ଭଦ୍ରକ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ମହାସଂଘର ଉପସଭାପତି ପ୍ରେମଲତା ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସଭାପତି ତପସ୍ୱିନୀ ଦାସ, ସମ୍ପାଦିକା କଲ୍ୟାଣୀ ଦାସ, ବରିଷ୍ଠ ସଦସ୍ୟା ବାସନ୍ତୀ ଲତା ଦାସ, ସରିତା ମହାନ୍ତି, କମଳା ଯେନା, କଳ୍ପନା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ନିର୍ଯାତନାର ଶିକାର ହେଉଥିବା ମହିଳାମାନଙ୍କୁ ନ୍ୟାୟ ଦେବା ନେଇ ମତ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ନ୍ୟାର୍ଯ୍ୟ ଲଢେଇ ଜାରି ରହିବ ବୋଲି ମହିଳା ସଭ୍ୟାମାନେ କହିଥିଲେ । ଏହି ସଭାରେ ବନ୍ତ ବ୍ଳକ ଜ୍ୟୋତିର୍ମର‌୍ୟୀ ମହିଳା ମହାସଂଘର ସମ୍ପାଦିକା ଉଷାରାଣି ବେହରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭ୍ୟା ବସନ୍ତ ମଞ୍ଜରୀ ଜେନା, ମନ୍ଦାକିନୀ ସମାଲ, ଅନିତା ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.