Home ଜିଲ୍ଲା ପରିକ୍ରମା ବାଲିମେଳା ଜଳଭଣ୍ଡାର ରେ ଜଳସ୍ତର ବୃଦ୍ଧି,୨ଟି ଗେଟ ଖୋଲା ଯାଇ ଆନ୍ଦ୍ରକୁ ୮ହଜାର କ୍ୟୁସେକ ଜଳ...

ବାଲିମେଳା ଜଳଭଣ୍ଡାର ରେ ଜଳସ୍ତର ବୃଦ୍ଧି,୨ଟି ଗେଟ ଖୋଲା ଯାଇ ଆନ୍ଦ୍ରକୁ ୮ହଜାର କ୍ୟୁସେକ ଜଳ ଛଡାଗଲା

73

ମାଲକାନଗିରି,୨୮ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇ ବିପଦ ସଙ୍କେତ ଛୁଇଁ ସାରି ଥିବାରୁ ସ୍ୱାଭିମାନ ଅଚଂଳରେ ବନ୍ୟାହେବା ଓ ଗୁରୁପ୍ରୀୟା ସେତୁପ୍ରତି ବିପଦ ଥିବାର ଆଶଙ୍କାକୁ ଆଖି ଆଗରେ ରଖି ୨ଟି ଗେଟ ଖୋଲାଯାଇ ଆନ୍ଦ୍ରପ୍ରଦେଶକୁ ୮ହଜାର କ୍ୟୁସେକ ଜଳଛଡାଯାଇଛି । ବାଲିମେଳା ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫୧୬ ଫୁଟ ଥିବା ବେଳେ ଗତକାଲି ସକାଳେ ୧୫୧୬ ଫୁଟରେ ପହଁଚିଛି,ବିପଦ ସଙ୍କେତ ଛୁଇଁ ଥିବାରୁ ଗତକାଲି ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଓ ବାଲିମେଳା ମାଟିବନ୍ଧ ପ୍ରକଳ୍ପ ଯୋଜନା ନିର୍ବାହି ଯନ୍ତ୍ରୀ କବିପ୍ରସାଦ ନାଥ ଓ ଅନ୍ୟାନ ଯନ୍ତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇ ୨ଟି ଗେଟ ଖୋଲା ଯିବାପାଇଁ ନିସ୍ପତି ନିଆଯାଇଛି । ଗତକାଲି ବାଲିମେଳା ଜଳ ଭଣ୍ଡାରରେ ୧୫୧୬ଫୁଟ ଜଳସ୍ତର ଥିବାରୁ ଗତକାଲି ସକାଳ୮.୪୦ମିନିଟରେ ବାଲିମେଳା ଜଳଭଣ୍ଡାର ସ୍ପିଲେଓ୍ୟ ଠାରେ ଥିବା ୧୦ଟି ଗେଟ ମଧ୍ୟରୁ ୨ଟି ଗେଟ ଖୋଲା ଯାଇ ଚିତ୍ରକୋଣ୍ଡା ଗୁଠାଂଓ୍ୟାର୍ଡା ଜଳଭଣ୍ଡାର ମଧ୍ୟକୁ ୮ହଜାର କ୍‌୍ୟୁସେକ ଜଳଛଡା ଯାଇଛି ଏହା ଆନ୍ଦ୍ରପ୍ରଦେଶର ସିଲେରୁ ପାଓ୍ୟାର ହାଉସକୁ ଏହି ଜଳପ୍ରଭାବିତ ହେଉଛି । ଗତ କାଲି ଠାରୁ ୨ଟି ଗେଟ ଖୋଲା ଯାଇ ଜଳ ଛଡା ଯାଇଥିବାରୁ ବାଲିମେଳା ଜଳଭଣ୍ଡାର ରରେ ଜଳସ୍ତର ଧିରେ ଧିରେ କମି ଯାଇ ଆଜିି ୧୫୧୫.୮୦ଫୁଟ କୁ ଜଳସ୍ତର କମିଯାଇଛି । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇ ଜଳଭଣ୍ଡାର ବିପଦ ସଙ୍କେତ ପାଖାପାଖି ହୋଇ ଯାଇଥିବାରୁ ଜଳଭଣ୍ଡାରର ୨ଟି ଗେଟ ଖୋଲା ଯାଇଛି ବୋଲି ତିତ୍ରକୋଣ୍ଡା ତହସିଲଦାର ଓ ବିଡିଓ ଡାକ ବାଜି ଯନ୍ତ୍ର ଦ୍ୱାରେ ଗତ ଦୁଇଦିନହେଲା ଜଳଭଣ୍ଡାୀର ତଳି ଅଚଂଳରେ ଘୋଷଣା କରିଥିବାର ଜଣାପଡିଛି । ଏହି ୨ଟି ଗେଟ ଖୋଲା ଯାଇ ଜଳଛଡା ଯାଇଥିବାରୁ ଚିତ୍ରକୋଣ୍ଡା ଅଚଂଳବାସି ଆତଙ୍କିତ କି ଭୟଭିତହେବାର କିଛି ନାହିଁ,କେବଳ ଜଳଭଣ୍ଡାର ସ୍ପିଲେଓ୍ୟ ତଳେ ରହିଥିବା ଦୋରାଗୁଡା,ଗୁଠାଂଓ୍ୟାର୍ଡା,ନୁଆଗୁଡା ପଚଂୟାତ ରେ ଥିବା ଗ୍ରାମବାସୀ ମାନଙ୍କୁ ସତର୍କରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଉକ୍ତ ଜଳ ଭଣ୍ଡାରରେ ଜଳସ୍ତର ଅଧିକ ବୃଦ୍ଧି ପାଇଥିବାରୁ ମାଛ ଧରା ଓ ଡଙ୍ଗା ଚାଳନାକୁ ବନ୍ଦକରିଦିଆ ଯାଇଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.