Home ଜିଲ୍ଲା ପରିକ୍ରମା ଅନ୍ୟେସ୍ୱା ଛାତ୍ର ଛାତ୍ରୀ ଙ୍କ ସହିତ ମଧ୍ୟାହ୍ନ ଭୋଜନଖାଇ ଦୀପାବଳି ଉତ୍ସବ ମନାଇଲେ ଜିଲ୍ଲାପାଳ

ଅନ୍ୟେସ୍ୱା ଛାତ୍ର ଛାତ୍ରୀ ଙ୍କ ସହିତ ମଧ୍ୟାହ୍ନ ଭୋଜନଖାଇ ଦୀପାବଳି ଉତ୍ସବ ମନାଇଲେ ଜିଲ୍ଲାପାଳ

176

ମାଲକାନଗିରି,୨୮ା୧୦ (ଓଡିଆ ପୁଅ) ପବିତ୍ର ଦୀପାବଳି ଉତ୍ସବ ଅବସରରେ ଗତକାଲି ସପ୍ତଧାରା ହଷ୍ଟେଲ ପରିସରରେ ଅନ୍ୟେସ୍ୱାର ଶତାଧିକ ଅନାଥ ଛାତ୍ରଛାତ୍ରୀମାନ ଙ୍କ ମେଳରେ ମଧ୍ୟାହ୍ନଭୋଜନ ଖାଇ ଭିନ୍ନ ଶୈଳୀରେ ଦୀପାବଳି ଉତ୍ସବ ମନାଇଛନ୍ତି ଜିଲ୍ଲାପାଳ । ଗତ କାଲି ମଧ୍ୟାହ୍ନରେ ହଟାତ ଜିଲ୍ଲାପାଳ ମୀନଷଅଗ୍ରଓ୍ୟାଲ,ପିଏ ଆଇଟିଡିଏ ଖୀରାଦ୍ଧିବେହେରା,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତକୁମାର ପଣ୍ଡା,ବିଡିଓ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ସପ୍ତଧାରା ହଷ୍ଟେଲରେ ପହଁଚି ଅନ୍ୟେସ୍ୱାର ଛାତ୍ର ଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କ ରହିବା, ଖାଇବା, ଶିକ୍ଷାଦାନ ବ୍ୟବସ୍ଥା କଥା ପଚାରି ବୁଝିଥିଲେ । ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ତଳେ ବସି ମଧ୍ୟାହ୍ନ ଭୋଜନ କରି ଖାଦ୍ୟର ମାନପରୀକ୍ଷା କରିଥିଲେ । ସନ୍ଧ୍ୟାରେ ଅନ୍ୟେସ୍ୱା ଓ ଅନାଥ ଆଶ୍ରମର ରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଡମ୍ବର ସହକାରେ ଦିପାବଳୀ ଉତ୍ସବ ପାଳନ କରିଥିଲେ । ଛାତ୍ରଛାତ୍ରୀ ମାନେ ଦୀପଜାଳି ନିରକ୍ଷରତାର ଅଜ୍ଞାନ ଅନ୍ଧାରକୁ ସାମନାକରି ଆଲୋକର ବର୍ତିକା ଦେଖାଇ ସମସ୍ଥଙ୍କ ମଧ୍ୟରେ ସାକ୍ଷରତା ,ଆତ୍ମବିଶ୍ୱା ଓ ଶାନ୍ତୀ ର ବାର୍ତା ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ଚାଇନା ବାଣକୁ ବର୍ଜନ କରି ଆତସବାଜି ନ ଫୁଟାଇ କେବଳ ଦୀପ ଓ ଆଲୋକର ଧପଧପି,ଝରଝରୀ ଜାଳି ଦେଶାତ୍ମକ ବୋଧ ସଙ୍ଗୀତର ଧୂନର ତାଳେ ତାଳେ ସୁଜସଜିତ ବିରାଟ ଆଲୋକମାଳା ଦୃଶ୍ୟକୁ ଉପଭୋଗକରିଥିଲେ । ଏହି ଅବସରେ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ମାନେ ମିଷ୍ଟାନ ବଟଂନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.