Home ଓଡ଼ିଶା ୫ଟି କାର୍ଯ୍ୟକ୍ରମ ରେ ଶ୍ରେଷ୍ଠ ଡାକ୍ତରଙ୍କୁ ମିଳିବ ପୁରସ୍କାର

୫ଟି କାର୍ଯ୍ୟକ୍ରମ ରେ ଶ୍ରେଷ୍ଠ ଡାକ୍ତରଙ୍କୁ ମିଳିବ ପୁରସ୍କାର

75

ଭୁବନେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାଏକ): ୫ଟି କାର୍ଯ୍ୟକ୍ରମ ପାଇଁ ନବୀନ ପଟ୍ଟନାୟକ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ତାହା ହେଲା ଏବେ ୫ଟି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ଉନ୍ନତ ପ୍ରଦର୍ଶନ କଲେ ଶ୍ରେଷ୍ଠ ୧୦ ଜଣ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ପରୁସ୍କାର ମିଳିବ । ତେବେ କେବଳ ଡାକ୍ତର ନୁହନ୍ତି , ବରଂ ପାରା ମେଡିକାଲ ଷ୍ଟାଫ ଓ ଅନ୍ୟ କର୍ମଚାରୀ ଯଦି ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରନ୍ତି, ତେବେ ସେମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯିବ  ବୋଲି ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ମାନେ ଏହି ଉଲ୍ଲେଖନୀୟ ସେବା ପ୍ରଦାନ କରିବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିବେ । କାୟାକଳ୍ପ ପ୍ରମାଣ ପତ୍ର ପାଇଥିବା  ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତା ରକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବେ ଦିଆଯିବ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.