Home ଜିଲ୍ଲା ପରିକ୍ରମା ବାଲିଘାଟ ରାସ୍ତା ସଂପ୍ରସାରଣ ପ୍ରକଳ୍ପ ଶିଳାନ୍ୟାସ

ବାଲିଘାଟ ରାସ୍ତା ସଂପ୍ରସାରଣ ପ୍ରକଳ୍ପ ଶିଳାନ୍ୟାସ

30

ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସହ ସଦର ବ୍ଲକର ଏକାଧିକ ପଞ୍ଚାୟତକୁ ଯୋଡ଼ୁଥିବା ବାଲିଘାଟ ପୋଲ ଆପ୍ରୋଚ ରୋଡ଼୍‌ର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ସ୍ୱରୂପ ଦାସ ଏଥିରେ ଯୋଗଦେଇ ଏହି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ପକାଇଥିଲେ। ସଦର ବ୍ଲକର ୨୦ ଗୋଟି ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବେଳେ ଆଗାମୀ ଦିନରେ ଏହାକୁ ପରିଖି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଥିଲେ। ତେବେ କାର୍ଯ୍ୟର ଗୁଣବତ୍ତା ବଜାୟରଖିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପନ୍ନ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ବିଭିନ୍ନ ସମସ୍ୟା ସମାଧାନ ନେଇ ଗତ ଉପ-ନିର୍ବାଚନରେ ବିଜେଡି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ସେ କହିଥିଲେ। ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ବଇଁଚା ପଞ୍ଚାୟତ ସମିତି ସଭ୍ୟା ଗୀତାଞ୍ଜଳି ତରାଇ, ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ବିଜେଡି ନେତା ଶକ୍ତିପଦ ରାୟ, ଅନିରୁଦ୍ଧ ପ୍ରଧାନ, ପୂର୍ଣ୍ଣର୍ଚନ୍ଦ୍ର ମହାଳିକ, ଅନିରୁଦ୍ଧ ଦାସ, ପ୍ରସନ୍ନ ଜେନା, ମଧୁସୂଦନ ମହାପାତ୍ର, ବିଜୟ ପ୍ରଧାନ, ନିରଂଜନ ବଢ଼େଇ ପ୍ରମୁଖ ଏହି ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ରାଜ୍ୟ ଯୋଜନା ଅନୁଦାନରେ ଗୁଜୁରି ବଜାର ଛକଠାରୁ ବାଲିଘାଟ ପୋଲ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ପାଇଁ ମୋଟ ୨କୋଟି ୫୩ ଲକ୍ଷ ୮୩ ହଜାର ୩୮୮ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏହି ରାସ୍ତାର ଓସାର ୪ ମିଟରରୁ ୭ ମିଟରକୁ ବୃଦ୍ଧି କରାଯାଇଥିବା ସେ କହିଥିଲେ। ତେବେ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରହିଥିବା ଯନ୍ତ୍ରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.