Home ଜିଲ୍ଲା ପରିକ୍ରମା ନବ ନିର୍ବାଚିତ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ଶପଥପାଠ

ନବ ନିର୍ବାଚିତ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ଶପଥପାଠ

38

ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ପାଠ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଚେରୀ ହତାସ୍ଥିତ ୨ ନମ୍ବର ବାରରେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ଗତ ନିର୍ବାଚନ ପରିଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଇନଜୀବୀ କାର୍ତ୍ତିକ ପ୍ରସାଦ ସି ଏଥିରେ ପୌରୋହିତ୍ୟ କରିଥିଲେ। ବାଲେଶ୍ୱର ବାର ଆସୋସିଏସନର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସେମାନଙ୍କ ପଦ ଓ ଗୋପନୀୟତା ସମ୍ପର୍କରେ ଶପଥ କରାଇଥିଲେ। ନବ ନିର୍ବାଚିତ ସଭାପତି ରଘୁନାଥ ପ୍ରଧାନ, ସମ୍ପାଦକ ସମ୍ବିତ୍ ନନ୍ଦି, ଉପ-ସଭାପତି ନୃସିଂହ ଚରଣ ନାୟକ, ସହ-ସମ୍ପାଦକ ସୂର୍ଯ୍ୟକାନ୍ତ କର ଓ ବସନ୍ତ ପ୍ରଧାନ, କୋଷାଧ୍ୟକ୍ଷ ଶକ୍ତିଧର ସାନ୍ତରା, ସହ-କୋଷାଧ୍ୟକ୍ଷ ଅନ୍ନପୂର୍ଣ୍ଣା ରାଉତଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ରଂଜିତ୍ ପଣ୍ଡା, ଚନ୍ଦ୍ରକାନ୍ତ ଜେନା, କିଶୋର ବଲ୍ଲଭ ଦାସ, ରୀତାଞ୍ଜଳି ନନ୍ଦ, ବାସନ୍ତି ସାହୁ, ପ୍ରଭାତ କୁମାର ଦାସ, ଜ୍ଞାନରଂଜନ ପାଣି, ମହମ୍ମଦ ଇସଲାମ, ମମତା ବେହେରା, ବିଜୟ ପରିଡ଼ା, ଅର୍ଜୁନ ମହାନ୍ତି ଓ ରାମକୃଷ୍ଣ ଜେନା ପ୍ରମୁଖ ନବନିର୍ବାଚିତ କର୍ମକର୍ତ୍ତାମାନେ ଏଥିରେ ଶପଥ ପାଠ କରିଥିଲେ। ସ୍ୱଳ୍ପ ସମୟର ଅବଧି ମଧ୍ୟରେ ବାଲେଶ୍ୱରର ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସାମାଧନ ଦିଗରେ ଉଚିତ ପଦକ୍ଷେପ ନେବେ ବୋଲି ସଭାପତି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ବିଶେଷ କରି ନୂଆ ଭାବେ ଓକିଲାତି କରିବାକୁ ଆସୁଥିବା ଯୁବକ ଯୁବତୀଙ୍କ ସାମାଜିକ ସୁରକ୍ଷା ପାଇଁ ଜିଲାସ୍ତରରେ ଆଇନଜୀବୀ କଲ୍ୟାଣପାଣ୍ଠି କାର୍ଯ୍ୟକାରୀକୁ ପ୍ରାଥମିକତା ଦେବେ ବୋଲି ସେ ସଭାପତି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ଅନୁରୂପ ଭାବେ ସ୍ୱଳ୍ପ ସମୟ ମଧ୍ୟରେ ଅଧୁରା ଥିବା ଲାଇବ୍ରେରୀ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ସେ ଯତ୍ନବାନ ହେବେ ବୋଲି ସମ୍ପାଦକ ଶ୍ରୀ ନନ୍ଦି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.