Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରିଣୀ ବୈଠକ

ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରିଣୀ ବୈଠକ

30

ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ କମିଟି ବୈଠକ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ବିଭିନ୍ନ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ସହର ଉପକଣ୍ଠ୍ଥ ଦହପଡ଼ାଠାରେ ଜିଲ୍ଲା ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ବୃଦ୍ଧ ଓ ବୃଦ୍ଧା, ଭିନ୍ନକ୍ଷମ ଓ ନିଶାଗ୍ରସ୍ତଙ୍କ ପୁନର୍ବାସ ଓ ଥଇଥାନ କେନ୍ଦ୍ର ପାଇଁ ସରକାରଙ୍କ ଅର୍ଥବରାଦ, କରୋନା ପ୍ରତିଷେଧକ ଟିକା ପ୍ରଦାନ ଓ ଆସନ୍ତା ବର୍ଷ ଏପ୍ରିଲ ମାସରେ ବରିଷ୍ଠ ନାଗରିକମାନଙ୍କ ଜିଲା ସମ୍ମିଳନୀର ଆୟୋଜନ କରାଯିବା ସମ୍ପର୍କରେ କର୍ମକର୍ତ୍ତା ଓ ସଦସ୍ୟମାନେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ଭାସ୍କରଚନ୍ଦ୍ର ମହାପାତ୍ର ଓ ସୀତାରାମ ପ୍ରଧାନଙ୍କୁ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା। ଗିରିଶ ଚନ୍ଦ୍ର ଦାଶ, ପ୍ରଫେସର ଅନନ୍ତ କୁମାର ପ୍ରଧାନ, ବିଷ୍ଣୁ ପ୍ରସାଦ ମହାନ୍ତି, ନିରୁପମା ସେଠୀ, ଗୋପୀନାଥ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଯଶୋଦା ନନ୍ଦନ ଆଶ୍‌, ସୀତାରାମ ପ୍ରଧାନ, ଭାସ୍କର ଚନ୍ଦ୍ର ମହାପାତ୍ର, ଡ. ପଦ୍ମଲୋଚନ ପାତ୍ର, ଦେବବ୍ରତ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଏଥି ସହିତ ମଞ୍ଚର ସଦସ୍ୟ ଅକ୍ଷୟ କୁମାର ତ୍ରିପାଠିଙ୍କ ଦିବଂଗତ ମାଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସମ୍ପାଦକ ଦେବେନ୍ଦ୍ର ନାଥ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନବକୃଷ୍ଣ ପୋଥାଳ ସଭା କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.