Home ଜିଲ୍ଲା ପରିକ୍ରମା ବାଇକ୍‌କୁ ପିଟିଲା ଟ୍ରକ୍‌, ମାଆ ମୃତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

ବାଇକ୍‌କୁ ପିଟିଲା ଟ୍ରକ୍‌, ମାଆ ମୃତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

59

ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବାଇପାସ୍‌ସ୍ଥିତ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯିବାବେଳେ ଘଟିଛି ଏକ ଦୁର୍ଘଟଣା। ପଛପଟୁ ଟ୍ରକ୍ ଧକ୍କା ଦେବାରୁ ବାଇକ୍‌ରେ ବସିଥିବା ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଦ୍ରକ ଟାଉନ୍ ପୁଲିସନ ଉଭୟ ବାଇକ୍ ଓ ଟ୍ରକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଭଦ୍ରକ ଚାନ୍ଦବାଲି ରାସ୍ତାର ବାଇପାସ୍ ଛକ ନିକଟରେ ଦୁର୍ଘଟଣା ଘଟିଛି। ବାଇକ୍‌କୁ ପଛପଟୁ ଟ୍ରକ୍ ଧକ୍କା ଦେବାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା କୋର୍କରା ଅଂଚଳର ଅମରେନ୍ଦ୍ର ବାରିକଙ୍କର ସ୍ତ୍ରୀ ମିନତୀ ବାରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ପୁଅ ଓ ବାପା ଅମରେନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହେଉଥିବାବେଳେ ଆରଏମ୍‌ସି ନିକଟରେ ଗାଡିକୁ ରଖି ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଭଦ୍ରକ ଟାଉନ୍ ପୁଲିସ୍ ଉଭୟ ବାଇକ୍ ଓ ଟ୍ରକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.