Home ଜିଲ୍ଲା ପରିକ୍ରମା ବଳଦେବଜୀଉ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ବଳଦେବଜୀଉ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

54

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ବଳଦେବଜୀଉ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅଶୋକ ବଜାରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ ଯୋଗଦେଇ ମୋଦି ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ୩୦ ମଇ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଏକମାସ ମହାଜନସଂପର୍କ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ । ଦଳର ବରିଷ୍ଠ ନେତା ଅମୂଲ୍ୟ ସେଠୀ, ଗଙ୍ଗାଧର ସାମଲ, ଭୀମସେନ ନାୟକ, ସରପଞ୍ଚ ରଂଜନ ପରିଡା, ସମିତି ସଭ୍ୟା ସୁପ୍ରିୟା ସେଠୀ, ସୁଶାନ୍ତ ପାତ୍ର, ଦେବେନ୍ଦ୍ର ଯେନା, ଦାମୋଦର ରାଉତ, ସୁରେନ୍ଦ୍ର ଦାସ, କୁଶଧ୍ୱଜ ପଣ୍ଡା ପ୍ରମୁଖ ବିଭିନ୍ନ ସାଙ୍ଗଠନିକ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ବାରିକ, ଯୁବମୋର୍ଚ୍ଚା ସଭାପତି ଶିବାନୀ ଶଙ୍କର ସ୍ୱାଇଁ, ଏସସି ମୋର୍ଚ୍ଚା ସଭାପତି ବିଶ୍ୱନାଥ ଯେନା, ନିଶିକାନ୍ତ ସାମଲ, ସୁରେନ୍ଦ୍ର ମଲ୍ଲିକ, ପୁଷ୍ପାରାଣୀ ବେହେରା, ସୁଧୀର ସାହୁ, ଲଳିତ ନାୟକ, ଅନିରୁଦ୍ଧ ପଣ୍ଡା, ଅକ୍ଷୟ ପଣ୍ଡା, ଶାନ୍ତନୁ ମହାପାତ୍ର, କେଦାର ସାହୁ, ଦଶରଥ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.