Home Coronavirus Outbreak ବଲାଙ୍ଗୀର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧, ୮୫୨

ବଲାଙ୍ଗୀର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧, ୮୫୨

154

ବଲାଙ୍ଗୀର  ୧-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଆଜି ୧, ୮୫୨ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦୫ [+୨୪] ଜଣ ସକ୍ରୀୟ ଅଛନ୍ତି। ୧, ୩୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୨୪ ଜଣ ନୂଆ ଆକ‌୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଗତକାଲି ବଲାଙ୍ଗିର ଜିଲ୍ଲାରେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବେଳେ ବଲାଙ୍ଗିର ପୌରାଂଚଳରୁ ୩୫ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି। ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୩, ତୁଲସୀନଗରରୁ ୨, ରିଜର୍ଭ ପୋଲିସ କଲୋନୀରୁ ୧, ସାହାରାପଡ଼ାରୁ ୧, ଇନ୍ଦିରାନଗରରୁ ୧, ପେଲେସ୍‌ ଲାଇନ୍‌ରୁ ୧, ତାଲପାଲିପଡ଼ାରୁ ୨, ଆଦର୍ଶପଡ଼ାରୁ ୨, ବରପାଲିପଡ଼ାରୁ ୩, ରାଧାରାଣୀପଡ଼ାରୁ ୨, ଖଲିଆପାଲିରୁ ୨, ସୁଦପଡ଼ାରୁ ୬, ଇଚ୍ଛାପଡ଼ାରୁ ୧, ମ୍ୟୁନିସିପାଲିଟି କଲୋନୀରୁ ୨, ରାଜେନ୍ଦ୍ର କଲେଜରୁ ୧, ଆନନ୍ଦନଗରରୁ ୩ ଓ ଟିକ୍ରାପଡ଼ାରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଗ୍ରାମାଂଚଳରୁ ପୁଇଁନ୍ତଲା ବ୍ଲକ୍‌ ଅଏଁଲାସାରିରୁ ୧ ଓ ସାଆନ୍ତପୁରରୁ ୧, ପାଟଣାଗଡ଼ ବ୍ଲକ୍‌ ଲରମ୍ଭାରୁ ୧, ସଇଁନ୍ତଲାରୁ ୧, ଆଗଲପୁରରୁ ୧, ଖପ୍ରାଖୋଲ ବ୍ଲକ୍‌ ହିର୍‌ଲିରୁ ୧ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ସୋନପୁର ଜିଲ୍ଲାର ହର୍‌ଡେ଼ାଖୋଲର ଜଣେ ଆକ୍ରାନ୍ତ ମଧ୍ୟ ଏହି ତାଲିକାରେ ସାମିଲ୍‌ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.