Home କେନ୍ଦୁଝର ବନ୍ୟାଜଳରେ ଭାଷିଯାଇ ଜଣେ ମୃତ

ବନ୍ୟାଜଳରେ ଭାଷିଯାଇ ଜଣେ ମୃତ

93

ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାଷିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛି । ମୃତ ଯୁବକ ଜଣକ କଣ୍ଠିଆଡି ଗ୍ରାମର ବନମାଳୀ ଦେହୁରୀଙ୍କ ପୁଅ ସନାତନ (୧୮) ବୋଲି ଜଣାପଡିଛି । ବୈତରଣୀ ବନ୍ୟାଜଳ ପଞ୍ଚୁଗୋଛିଆ ପଞ୍ଚାୟତକୁ ଚାରିପଟୁ ଘେରି ରହିଥିବାବେଳେ ସନାତନ ନିଜ ଚାଷ ଜମିକୁ ଯାଇ ଫେରୁଥିବାବେଳେ ଗୋଡ ଖସିଯିବାରୁ ବୈତରଣୀର ବନ୍ୟାଜଳ ଭାଷି ଯାଇଥିଲା । ଆନନ୍ଦପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଘଣ୍ଟାଏ କାଳ ଖୋଜାଖାଜି କରିବାପରେ ସନାତନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସନାତନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.