Home ଜିଲ୍ଲା ପରିକ୍ରମା ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏୟାରଟେଲ ଟାଓ୍ୟାରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ପୋଡି

ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏୟାରଟେଲ ଟାଓ୍ୟାରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ପୋଡି

27

ମାଲକାନଗିରି,୭ା୧ (ଓଡିଆ ପୁଅ )ଆଜି ମାଲାକନଗିରି ଜିଲ୍ଲା ସଦର ମହକୁମା କୁମୁଟିଗୁଡା ସାହିରେ ଥିବା ଏୟାରଟେଲ ଟାଓ୍ୟାରରେ ନିଆଁ ଲାଗି ଲ କ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ପୋଡି ଯାଇଥିବାର ଜଣାପଡିଛି । ଆଜି ମାଲକାନଗିରି କୁମୁଟିଗୁଡା ସାହିରେ ଥିବା ଏୟାରଟେଲ ଟାଓ୍ୟାର ରେ ହଟାତ ନିଆଁଲାଗିଯାଇଥିଲା । ନିକଟରେ ଥିବା ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ଅଗ୍ନିଶମବିଭାଗକୁ ଫୋନ କରିବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି ନିଆଁକୁ ଆୟତ କରିଥିଲେ । ଅଗ୍ନିଶମବିଭାଗ ଆସିବା ପୁବ ର୍ରୁ ଏୟାରଟେଲ ଟାଓ୍ୟାର ନିକଟରେ ଥିବା କଟ୍ରୋଂଲ ରୁମ ର ପ୍ରାୟ ୧୫ଲକ୍ଷଟଙ୍କାର ମେସିନ ପୋଡି ଯାଇଥିବାର ଜଣାପଡିଛି । ଏହି ଟାଓ୍ୟାରଟି ପୋଡି ଯିବାରୁ ଆଜି ଦିନତମାମ ଏୟାରଟେଲ ନେଟ ଓ୍ୟାର୍କନଥିଲା ।ଆଜି ସନ୍ଧ୍ୟାରେ ବିଭାଗୀୟ କର୍ମଚାରୀ ମାନେ ମରାମତ କରିବାରୁ ଏୟାରଟେଲ ମୋବାଇଲ ନେଟଓ୍ୟାର୍କ ଆସିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.