Home କେନ୍ଦୁଝର ବଜ୍ରାଘାତରେ ମହିଳା ମୃତ

ବଜ୍ରାଘାତରେ ମହିଳା ମୃତ

148

ହରିଚନ୍ଦନପୁର, ତା ୨୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଯୋଡ଼ି ପଞ୍ଚାୟତ ଗଦାଧରପୁର ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଶୁକ୍ରବାର ଦିନ ଗ୍ରାମର ଦନାର୍ଦ୍ଦନ ମହାନ୍ତଙ୍କ ପତ୍ନୀ ଚଞ୍ଚଳା ମହାନ୍ତ(୩୦) ଘରପାଖ ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ସମୟରେ ବର୍ଷା ସହ ଘନଘନ ବିଜୁଳି ମାରିଥିଲା, ଛାଡ଼ିବା ପରେ ଚଞ୍ଚଳା ଘରକୁ ଫେରିନଥିଲେ। ଘରକୁ ନଫେରିବା ଦେଖି ଅନେକ ଖୋଜାଖୋଜି ପରେ ବିଲରୁ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅତି ଦୁଃଖର ବିଷୟ ଚଞ୍ଚଳାଙ୍କ ତିନୋଟି ଛୋଟ୍ ଛୋଟ୍ ଝିଅ ଥିବା ବେଳେ ଗୋଟିଏ ୧୦ମାସର ପୁଅ ଅଛି, ତେଣୁ ତାଙ୍କୁ ଯଥାଶୀଘ୍ର ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.