Home କେନ୍ଦୁଝର ବୈଦ୍ୟୁତିକ ପାଣିପମ୍ପ ଚଳାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମୃତ

ବୈଦ୍ୟୁତିକ ପାଣିପମ୍ପ ଚଳାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମୃତ

177

ହରିଚନ୍ଦନପୁର, ତା ୨୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରେବଣାପଳାଶପାଳ ପଞ୍ଚାୟତ ବୁଢିପଦା ଗ୍ରାମର ଗଣେଶ୍ୱର ମହାନ୍ତଙ୍କ ପୁଅ ଯଶୋବନ୍ତ ମହାନ୍ତ(୩୦) ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସମୟରେ ଘରବାଡ଼ିରେ ଥିବା କୂଅରେ ଲାଗିଥିବା ବିଦ୍ୟୁତ୍ ଚାଳିତ ପାଣିପମ୍ପ ସାହାର୍ଯ୍ୟରେ ନିଜର ମଟରସାଇକେଲ ଧୋଉଥିଲେ । ସେହି ସମୟରେ କୋୖଣସି କାରଣରୁ ଅଚାନକ ପାଣିପମ୍ପଟି ଚାର୍ଜ ହୋଇଯାଇଥିଲା । ଫଳରେ ବିଦ୍ୟୁତ୍ ଆଘାତରେ ଯଶୋବନ୍ତ ଘଟଣାସ୍ଥଳରେ ଅଚେତ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକ ରେବଣାପଳାଶପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ, ସେଠାରୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.