Home ଜିଲ୍ଲା ପରିକ୍ରମା ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

25

ବାଲେଶ୍ୱର, ୭ା୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ କୃଷ ଓ ଶ୍ରମ ଆଇନକୁ ବିରୋଧ କରି ଶ୍ରମିତକ ସଂଗଠନ ସିଆଇଟିୟୁ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ପ୍ରେମରଂଜନ ପାତ୍ର ଅଧ୍ୟକ୍ଷତା କରିବା ସହିତ ସରକାରଙ୍କ ବିଭିନ୍ନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ସରକାର କୃଷକ ଓ ଶ୍ରମିକଙ୍କ ଅଧିକାରକୁ ସଂକୁଚିତ କରି ନୂତନ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ। ସିଆଇଟିୟସିର ଜିଲା ଆବାହକ ବିଜୟ ପାତ୍ର, ରାଜକିଶୋର ଲେଙ୍କା, ପାଚିକା ସଂଘର ସଭାନେତ୍ରୀ ଇଶାଣୀ ଷଡ଼ଙ୍ଗୀ, ମୃତ୍ୟୁଞ୍ଜୟ ରାଉତ, ନିକୁଞ୍ଜ ବସନ୍ତ ରାୟ, ପୂର୍ଣ୍ଣିମା ବେହେରା, ସୁଶାନ୍ତ ଜେନା, ପଲଟୁ ଦାସ, ପରମେଶ୍ୱର ପାତ୍ର, ବସନ୍ତ ମାଝୀ, ପ୍ରସନ୍ନଜିତ୍ ମାଝୀ, କନକଲତା ଦାସ, ପରମାନନ୍ଦ ବେହେରା ପ୍ରମୁଖ ଏହି ପ୍ରତିବାଦ ସଭାରେ ଯୋଗଦେଇ କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ। ତୁରନ୍ତ ନୂତନ କୃଷି ଆଇନ, ବର୍ଦ୍ଧିତ ବିଦ୍ୟୁତ ଟ୍ୟାକ୍ସ ବୃଦ୍ଧି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.