Home Top News ଆଜିଠୁ ଖୋଲିଲା ସ୍କୁଲ : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୮...

ଆଜିଠୁ ଖୋଲିଲା ସ୍କୁଲ : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୮ ଯାଏଁ ୧୦୦ ଦିନ ହେବ ପାଠ ପଢା

117

ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) ଦୀର୍ଘ ୯ ମାସ ପରେ ଖୋଲିଲା ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଛି ବିଦ୍ୟାଳୟ। ଖୁସି ଅଛନ୍ତି ଛାତ୍ରଛାତ୍ରୀମାନେ। ତେବେ ଏପ୍ରିଲ ୨୮ ଯାଏଁ ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢା ହେବ। ଏହା ପରେ ବୋର୍ଡ଼ ପରୀକ୍ଷା। ତେବେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ହାତକୁ ସାନିଟାଇଜ କରାଯିବା ପରେ ପ୍ରବେଶ କରୁଛନ୍ତି ଛାତ୍ରଛାତ୍ରୀମାନେ।

କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିଛି ସ୍କୁଲ। ସ୍କୁଲ ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ସାମାଜିକ ଦୂରତ୍ୱ ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ହେଉଛି।

ଗତକାଲିପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ପ୍ରାକ ପ୍ରସ୍ତୁତି ସ୍କୁଲ ପ୍ରଶାସନ କରଫରୁ କରାଯାଇଥିଲା। କ୍ୟାମ୍ପସ୍‌ ସଫା ହେବା ସହ ସାନିଟାଇଜ୍‌ କରାଯାଇଥିଲା। ଆଜି ସକାଳକୁ ପୂରା ଉତ୍ସାହର ସହ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇଛନ୍ତି। ଶନିବାର ଓ ରବିବାରରେ ମଧ୍ୟ ପାଠପଢ଼ା ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.