Home କଳାହାଣ୍ଡି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଶାରାରେ ପାଣିପଂଚାୟତ ନିର୍ବାଚନରେ ଅନିୟମିତତା ଅଭିଯୋଗ ।

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଶାରାରେ ପାଣିପଂଚାୟତ ନିର୍ବାଚନରେ ଅନିୟମିତତା ଅଭିଯୋଗ ।

137

କଳାହାଣ୍ଡି – ତା୨୯.୦୬.୨୦୧୯ (ଓଡିଆପୁଅ ) ଇନ୍ଦ୍ରାବତୀ ଜଳବିଦୁ୍ୟତ ଯୋଜନା ଅଧିନସ୍ତ ବିଭିନ୍ନ ଅଂଚଳର ପାଣିପଂଚାୟତ ନିର୍ବାଚନରେ ଆର୍ଥôକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଇଶାରାରେ ସେମାନଙ୍କୁ ସୁହାଇବା ଭଲି ଶୈଳୀରେ ପାଣିପଂଚାୟତ ସଭ୍ୟ ଓ କମିଟୀ ମନୋନୟନ ରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ବାମ କେନାଲ ଏକନମ୍ବର ଡିଭିଜନ ଅନ୍ତର୍ଗତ ବାକିଥିବା ଛଅ ଗୋଟି ପାଣିପଂଚାୟତର ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଥିବା ଜଣାପଡିଛି । ପାଣିପଂଚାୟତ ଆଇନ ୨୦୦୨ ଓ ପାଣିପଂଚାୟତ ନିୟମ ୨୦୦୩ ଅନୁସାରେ ନିର୍ଦ୍ଧାରିତ ପାଣିପଂଚାୟତ ଆୟାକଟ ଅଧିନସ୍ଥ କେନାଲ ଗୁଟିକର ରକ୍ଷଣାବେକ୍ଷଣ ଏବଂ ସୁଚିନ୍ତିତ ଜଳସେଚନ ପରିଚାଲନା କରାଯିବା ପାଇଁ ପାଣିପଂଚାୟତ କାର୍ଯ୍ୟନିର୍ବାହୀ ପରିଷଦ ଗଠନ କରାଯାଇଥାଏ । ପାଣିପଂଚାୟତ ଆଇନ ୨୦୦୨ ଧାରା ୪ (୧) ଅନୁସାରେ ପାଣିପଂଚାୟତ ଅଧିନସ୍ଥ କେନାଲ ଗୁଡିକର ଷୋଠ ଗୁଡିକରେ ଥିବା ତଳ ମୁଣ୍ଡ, ମଝୀମୁଣ୍ଡ ଓ ଉପରମୁଣ୍ଡ ରେ ଥିବା ଜଳଉପଭୋକ୍ତା ମାନଙ୍କୁ ନେଇ ଜଳଉପଭୋକ୍ତା କମିଟୀ ଗଠନ କରାଯାଇଥାଏ । ସେହିପରି ତଳମୁଣ୍ଡ, ମଝୀମୁଣ୍ଡ,ଓ ଉପରମୁଣ୍ଡ ରୁ ସ୍ୱତନ୍ତ୍ର ଭାବେ ଜଣେ ଲେଖାଏଂ ଚକ କମିଟୀ ସଭ୍ୟ ମନୋନୀତ / ନିର୍ବାଚିତ କରାଯାଇଥାଏ । ସେହି ତିନିଜଣ ଚକ କମିଟୀ ସଭ୍ୟ ମାନଙ୍କ ମଧ୍ୟରୁ ଜଣେ ଚକ ଲିଡର ମନୋନୀତ / ନିର୍ବାଚିତ କରାଯାଇଥାଏ । ସେହି ଚକ ଲିଡର ଜଣକ ପାଣି ପଂଚାୟତ କାର୍ଯ୍ୟନିର୍ବାହୀ କମିଟୀ ସଭ୍ୟ ଭାବେ ପରିଗଣିତ ହେବା ପରେ ସେମାନଙ୍କ ମଧ୍ୟରୁ ପାଣି ପଂଚାୟତ କମିଟୀ ଗଠନ କରାଯାଇଥାଏ । ବର୍ତମାନ ସମୟରେ ଚାଷୀମାନେ ଧାନ ବିକିବା ପାଇଁ ବ୍ୟସ୍ତ ରହୁଥିବା ସହିତ ଆଗାମୀ ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ପାଣିପଂଚାୟତ ନିର୍ବାଚନରେ ପଂଚାୟତର ଅଧିକାଂଶ ଚାଷିମାନେ ଭାଗ ନେଇ ପାରୁନାହାନ୍ତି । ଅନ୍ୟପକ୍ଷରେ କିଛି ଆର୍ଥôକ ପ୍ରଭାବଶାଳୀ ବ୍ୟକ୍ତିମାନେ ପାଣିପଂଚାୟତକୁ ଏବଂ କେନାଲ ପାଣି ପରିଚାଲନାକୁ ନିଜ ଅକ୍ତିଆରରେ ରଖିବାର ଯୋଜନା କରୁଥିବା ଏବଂ ସାଧାରଣ ନୀରିହ ଚାଷିମାନଙ୍କୁ ନାଳିଆଖି ଦେଖାଇ ଡରାଇ ଧମକାଇ ପାଣିପଂଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ପ୍ରତିରୋଧ କରିଥିବାର ଆଲୋଚନା ହେଉଛି । ଯାହାଫଳରେ ଅଧିକାଂଶ ଚାଷି ପାଣିପଂଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିପାରିନଥିବା ଏବଂ ହାତଗଣତି କିଛି ଚାଷୀ କିମ୍ବା ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଇଶାରାରେ କିଛି ଚାଷୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ଷୋଠରୁ ଉପରମୁଣ୍ଡ, ମଝୀମୁଣ୍ଡ ,ତଳମୁଣ୍ଡ ରୁ ତିନିଜଣ ଚାଷୀ ମନୋନୀତ ବା ନିର୍ବାଚିତ ହେବା ବଦଳରେ କେବଳ ଜଣେମାତ୍ର ଚାଷୀଙ୍କ ମନୋନୟନ ପତ୍ର କରାଇ ନେଇଥିବା ଅନେକ ଉଦାହରଣ ରହିଛି । ଯଦିଓ ସଂଖ୍ୟାଧିକ ଚାଷୀ ଥିବା ଗୋଟିଏ ଷୋଠରୁ ଜଣେମାତ୍ର ଚାଷୀ ଚକ ସଭ୍ୟ ଭାବେ ନିର୍ବାଚିତ ହେବ ତେବେ ସେ କାହାର ପ୍ରସ୍ତାବରେ ଓ କାହାର ସମର୍ଥନରେ କାର୍ଯ୍ର୍ୟନିର୍ବାହୀ କମିଟୀର ସଭ୍ୟ ଭାବେ ମନୋନୟନ ଦାଖଲ କଲେ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆର୍ଥୀକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କର ଜମିଦାରୀ ଷ୍ଟାଇଲରେ ସମଗ୍ର ଅଂଚଳକୁ ନିଜ କବଜାରେ ରଖିବା ପାଇଁ ଏକପ୍ରକାର ଚକ୍ରବୁ୍ୟହ କରି ସରଳ ନୀରିହ ଚାଷୀ ମାନଙ୍କୁ ବାଦ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ସଂପୃକ୍ତ ଜନୈକ ଆର୍ଥôକ ପ୍ରଭାବଶାଳୀ ବ୍ୟକ୍ତି ରକ୍ତଚାପ ଓ ହାର୍ଟ ଡିଜିଜ ରୋଗୀ ହୋଇଥିବା କାରଣରୁ କାଳେ ହାର୍ଟ ଫେଲ ହୋଇଯିବା ଭୟରେ ଅନେକ ଚାଷୀ ଚୁପ ରହୁଥିବା ବେଳେ ତାହାର ଫାଇଦା ନେଇ ସଂପୃକ୍ତ ବ୍ୟକ୍ତି ନିଜର ଉନ୍ମତ କାଣ୍ଡ କରୁଥରବା ଚାଷୀ ମହଲରେ ଆଲୋଚନା ହେଉଛି । ଏପରିକି କିଛି ଆର୍ଥôକ ପ୍ରଭାବଶାଳୀ ବ୍ୟକ୍ତି ନିଜ ସମର୍ଥକ ଗୁଣ୍ଡା ଶ୍ରେଣୀୟ ଲୋକ ମାନଙ୍କୁ ନେଇ ନିର୍ବାଚନ ପ୍ରକ୍ରୀୟାକୁ ଏକପ୍ରକାେ କବଜା କରିନେଇ ଅନୟମାନଙ୍କୁ ଗାଳିମନ୍ଦ କରି ନାନାପ୍ରକାର ଅବାନ୍ତର କଥାମାନ କହି ପାଣିପଂଚାୟତ ନିର୍ବାଚନକୁ ଏକପ୍ରକାର ହାଇଜାକ କରିନେଇଥିବା ସାଧାରଣରେ ଆଲୋଚନା ହେଉଛି । ପ୍ରତ୍ୟେକ ଷୋଠରୁ ତିନିଜଣ ପରିବର୍ତେ କେବଳ ଜଣକୁ ନେଇ କିପରିଭାବେ ପାଣିପଂଚାୟତ ଗଠନ ପ୍ରକ୍ରୀୟା ସାରି ଦେବେ ତାହା ଏବେ ବିଭାଗୀୟ ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି । ଏସଂପର୍କରେ ବିଭାଗୀୟ ପଦାଧିକାରୀମାନେ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଭୟରେ ମୁହଁ ଖୋଲୁନଥିବା ଜଣାପଡିଛି । ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ନ୍ୟାୟ ସଙ୍ଗତ ଭାବେ ସ୍ୱଚ୍ଛତାର ସହ ପାଣିପଂଚାୟତ ନିର୍ବାଚନ କରାଇବାକୁ ଚାଷୀ ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.