Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ’ ସେଲ୍ ପକ୍ଷରୁ ଆଇନ ସଚେତନତା ଶୋଭାଯାତ୍ରା ଓ ଆଦର୍ଶ ଥାନା...

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ’ ସେଲ୍ ପକ୍ଷରୁ ଆଇନ ସଚେତନତା ଶୋଭାଯାତ୍ରା ଓ ଆଦର୍ଶ ଥାନା ପରିଦର୍ଶନ କାର୍ଯ୍ୟକ୍ରମ

1

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ’ ସେଲ୍ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ତଥା ଭଦ୍ରକ ଆଦର୍ଶ ଥାନା (ମଡେଲ ପୋଲିସ ଷ୍ଟେସନ) ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦:୩୦ ଘଟିକା ସମୟରେ କଲେଜ ପରିସରରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ସଞ୍ଜୟ ଦତ ଏବଂ ଡ. ସାର୍ଥକ କୁମାର ଜେନା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ ପ୍ରତିନିଧି ଅଂଶଗ୍ରହଣ କରି ଆଇନ ସଚେତନତା ସମ୍ପର୍କିତ ସ୍ଲୋଗାନ ଦେଇ ପୋଲିସ ଷ୍ଟେସନ ଅଭିମୁଖେ ଯାଇଥିଲେ। ‘ଶକ୍ତିଶ୍ରୀ’ ସେଲ୍‌ର ସଂଯୋଜିକା ଡ. ସ୍ୱପ୍ନା ସରିତା ମହାପାତ୍ର, ସଂଯୋଜକ ଡ. ହଂସିତା ଓଝା, ସଦସ୍ୟା ସୁଶ୍ରୀ ସଙ୍ଗୀତା ଦାସ ଏବଂ ଡ. ବନଜା ବାସିନୀ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପରିଚାଳନା ତଥା ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ତଥା ଥାନା ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ଦଣ୍ଡବିଧି ଆଇନ , କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ନିରୋଧ ଆଇନ , ପୋକ୍ସୋ ଆଇନ ଏବଂ ଆଂଟି-ରାଗିଂ ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ଅବଗତ କରାଇବା। ଥାନା ପରିଦର୍ଶନ କାଳରେ ଛାତ୍ରଛାତ୍ରୀମାନେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀ, ଏତଲା ଦାୟର ପ୍ରକ୍ରିୟା ଏବଂ ଆଇନଗତ ସୁରକ୍ଷା ଅଧିକାର ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ। ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ଏହି ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.