Home ଜିଲ୍ଲା ପରିକ୍ରମା କାଞ୍ଜିଆପାଳ ଗ୍ରାମରେ ବାଲି ଓ ମାଟି ମାଫିଆଙ୍କ ଦୌରାତ୍ମ୍ୟ

କାଞ୍ଜିଆପାଳ ଗ୍ରାମରେ ବାଲି ଓ ମାଟି ମାଫିଆଙ୍କ ଦୌରାତ୍ମ୍ୟ

2

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଅଂଚଳ ରେ ବୃଦ୍ଧି ପାଇଛି ଚୋରା ମାଟି ଓ ବାଲି କାରବାର। ନଦୀ ପଠା ଓ ସରକାରୀ ଜାଗାରୁ ଦିନକୁ ଦିନ ବେଆଇନ ଭାବେ ମାଟି ଏବଂ ବାଲି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି।ବୁଧବାର ଦିନ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ସାହାଯ୍ୟରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଟ୍ରିପ୍ ମାଟି ଓ ବାଲି ଚୋରା ଚାଲାଣ କରାଯାଉଥିଲା। ଗ୍ରାମବାସୀ ଏହି ବେଆଇନ କାର୍ଯ୍ୟକୁ ଦୃଢ଼ ବିରୋଧ କରିବାରୁ ମାଫିଆ ଓ ଗାଡ଼ି ଚାଳକମାନେ ଓଲଟା ସେମାନଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଧମକ ଦେଇଥିଲେ। ପରିସ୍ଥିତି ଅତି ସମ୍ବେଦନଶୀଳ ହେବାରୁ ଗ୍ରାମବାସୀ ତୁରନ୍ତ ଖଣି ବିଭାଗ ଏବଂ ଧାମନଗର ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଖବର ପାଇ ଖଣି ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଂଚି ବେଆଇନ ଭାବେ ବ୍ୟବହୃତ ଗାଡ଼ିଗୁଡ଼ିକୁ ଜବତ କରି ଧାମନଗର ଥାନାକୁ ଆଣୁଥିଲେ। ମାତ୍ର ବାଟରେ ଦୋବଲ ବଜାର ନିକଟରେ ଗାଡ଼ି ମାଲିକମାନେ ଏହାକୁ ଅଟକାଇ ଉତେଜନା ସୃଷ୍ଟି କରିଥିଲେ ଏବଂ ଖଣି ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ଦ୍ୱିବେଦୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସ ଓ ଅନ୍ୟ ପୋଲିସ କର୍ମଚାରୀମାନେ ତୁରନ୍ତ ସେଠାରେ ପହଂଚି ଅଧିକାରୀ ଶ୍ରୀ ଦ୍ୱିବେଦୀଙ୍କୁ ଉଦ୍ଧାର କରିଥିଲେ ଏବଂ ସମସ୍ତ ଟ୍ରାକ୍ଟର ଓ ଜେସିବିକୁ ଥାନାକୁ ଆଣିଥିଲେ। ଥାନାରେ ଗାଡ଼ିଗୁଡ଼ିକର କାଗଜପତ୍ର ଯାଂଚ କରାଯାଉଥିବା ଏବଂ ତଦନ୍ତ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ବିଭାଗ ଓ ପୋଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.