Home ଅପରାଧ ପୋଖରୀ ଉନ୍ନତିକରଣ ନାମରେ ମୁଦିନୁଚା ଗ୍ରାମରେ ଲକ୍ଷାଧିକ ଟଙ୍କା ଚଳୁ

ପୋଖରୀ ଉନ୍ନତିକରଣ ନାମରେ ମୁଦିନୁଚା ଗ୍ରାମରେ ଲକ୍ଷାଧିକ ଟଙ୍କା ଚଳୁ

301

ହରିଚନ୍ଦନପୁର, ତା ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ପଞ୍ଚାୟତ ମୁଦିନୁଚା ଗ୍ରାମରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ୪ର୍ଥ ଅର୍ଥ କମିଶନ ନାମରେ ରାଜସ୍ବରୁ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଉନ୍ନତିକରଣର କାର୍ଯ୍ୟାଦେଶ ହୋଇଥିଲା । ହେଲେ ସେଥିରୁ ଅତିବେଶୀରେ ୨୦ହଜାର ଟଙ୍କା ଖର୍ଚ୍ଚରେ କାର୍ଯ୍ୟ କରି ଠିକାଦାର ଅବଶିଷ୍ଟାଂଶ ଟଙ୍କାକୁ ହରିଲୁଟ କରିଥିବା ଆରଟିଆଇ ରିପୋର୍ଟ କହୁଛି । ମୁଖ୍ୟ କଥା ଉନ୍ନତିକରଣ ଅନୁଦାନ ମୁଦିନୁଚା ଗ୍ରାମର ମୁଖ୍ୟ ପୋଖରୀ ଉପରେ ହୋଇଥିବା ବେଳେ ଅନ୍ୟ ସାହିର ଏକ ଛୋଟ ପୋଖରୀରେ ମାତ୍ର ୨୦ହଜାର ଟଙ୍କା ଖର୍ଚ୍ଚ କାମ କରି ଅବଶିଷ୍ଟ ବଳକା ଟଙ୍କାକୁ ହରିଲୁଟ୍ କରାଯାଇଛି । ଆଦର୍ଶ ପୋଖରୀ ନାମରେ ରାଜସ୍ବରୁ ୧୦ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରି ମାତ୍ର କିଛି ଟଙ୍କା ଖର୍ଚ୍ଚ କରି ସମସ୍ତ ଟଙ୍କାକୁ ହରିଲୁଟ କରିଥିବାର ତଥ୍ୟ ଏବେ ପଦାକୁ ଆସିଛି । ଗ୍ରାମର ସରପଞ୍ଚ, ଜିଆରଏସ୍ ଓ କେତେକ ଶାସକ ଦଳର କର୍ମୀ ଲାଭବାନ ହେବା ଆଶାରେ ଏହି ପୋଖରୀ ଉନ୍ନତିକରଣର ମିଥ୍ୟା ତଥ୍ୟ ଦର୍ଶାଇ ବିନା ସୂଚନା ଫଳକରେ ସମ୍ପୂର୍ଣ୍ଣ ବିଲ୍ ଉଠାଇନେଇଥିବା ସରକାରୀ ତଥ୍ୟ ମିଳିଛି । ଏନେଇ ଗ୍ରାମର ଲୋକମାନେ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖରେ ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ପାଇନଥିବାକୁ ନେଇ ଦିନକୁଦିନ ଅସନ୍ତୋଷ ବୃଦ୍ଧି ପାଉଛି । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନ୍ୟାୟରୁ ବଞ୍ଚିତ ହେବାପରେ କିଛି ଉପାୟ ନପାଇ ବିଜେପି ମଣ୍ଡଳ ସଭାପତି ହୃଷିକେଶ ମହାନ୍ତିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ସତ୍ୟତା ଜାଣିବା ସରକାରଙ୍କ ସୂଚନା ଅଧିକାର ଆଇନରେ ଘଟଣାର ସତ୍ୟତା ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ । ସତ୍ୟତା ସମ୍ପର୍କରେ ଜାଣିବା ପରେ ଲୋକଲୋଚନକୁ ଆଣିବା ପାଇଁ ମଣ୍ଡଳର ସମସ୍ତ କର୍ମୀ ଏକତ୍ରିତ ହୋଇ ଘଟଣାସ୍ଥଳକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିକୁ ଡାକି ସମସ୍ତ ତଥ୍ୟ ଦେଇଥିବା ସହ ଘଟଣାର ସଠିକ୍ ତଦନ୍ତ କରାଇ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.