Home ଜିଲ୍ଲା ପରିକ୍ରମା ଆଉ ନୂଆ ୧୨୩ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ କେଶ୍ ୯୧୧

ଆଉ ନୂଆ ୧୨୩ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ କେଶ୍ ୯୧୧

122

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ୧୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୮୮ରେ ପହଞ୍ଚିଛି । ମୋଟ ୬୨ ହଜାର ୪୨୪ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୪ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୯୬୭ ହୋଇଛି । ଏବେ ଆଉ ୯୧୧ ଜଣ ଆକ୍ରାନ୍ତ ଆକ୍ଟିଭ କେଶ ଭାବେ ଚିକିତ୍ସାଧୀନ ଅଛନ୍ତି । ଆଜି ଚିହ୍ନଟ ୧୨୩ଜଣଙ୍କ ମଧ୍ୟରେ ବାସୁଦେବପୁର ବ୍ଳକରୁ ୨୧ଜଣ, ବାସୁଦେବପୁର ପୌରପାଳିକାରୁ ୫ଜଣ, ଭଦ୍ରକ ବ୍ଲକରୁ ୧୬ଜଣ, ଭଦ୍ରକ ପୌରପାଳିକାରୁ ୧୯ଜଣ, ବନ୍ତ ବ୍ଳକରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକରୁ ୯ଜଣ, ଚାନ୍ଦବାଲି ବ୍ଲକରୁ ୯ଜଣ, ଚାନ୍ଦବାଲି ଏନ୍‌ଏସିରୁ ୧୭ଜଣ, ଧାମନଗର ବ୍ଳକରୁ ୫ଜଣ, ତିହିଡି ବ୍ଲକରୁ ୨୦ଜଣ ଏବଂ ଅନ୍ୟ ଜିଲ୍ଳାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.