Home ଓଡ଼ିଶା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

139

ଭୁବନେଶ୍ୱର, ତା-୩୧/୦୮ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦକ୍ଷ ଏବଂ ଜନପ୍ରିୟ ରାଜନେତା ଥିଲେ। ସେ ଭାରତ ରାଜନୀତିରେ ପାଂଚ ଦଶନ୍ଧି ଧରି ସକ୍ରିୟ ଥିଲେ। ସ୍ୱର୍ଗତଃ ମୁଖାର୍ଜୀ ୨୦୧୨ ରୁ ୨୦୧୭ ଯାଏ ଦେଶର ୧୩ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ସେ କେନ୍ଦ୍ରସରକାରରେ ପ୍ରତିରକ୍ଷା, ବୈଦେଶିକ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ। ତୃଣମୂଳସ୍ତରରେ ସେ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି। ଦେଶ ହିତରେ ସେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ। ରାଜନୈତିକ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ଦୀର୍ଘଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ସ୍ୱର୍ଗତଃ ମୁଖାର୍ଜୀଙ୍କୁ ୮୪ ବର୍ଷ ହୋଇଥିଲା। ସ୍ୱର୍ଗତଃ ମୁଖାର୍ଜୀଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.