Home ଓଡ଼ିଶା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମାଜବାଦୀପାର୍ଟିର ଶୋକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମାଜବାଦୀପାର୍ଟିର ଶୋକ

55

ଭୁବନେଶ୍ୱର, ୩୧ା୮ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତବର୍ଷ ଜଣେ ଭଦ୍ର, ନମ୍ର, ଜ୍ଞାନୀ, ଗୁଣୀ ରାଜନେତାଙ୍କୁ ହରାଇଲା। ଶ୍ରୀଯୁକ୍ତ ମୁଖାର୍ଜୀଙ୍କ ସହିତ ଦୁଇଥର ସାକ୍ଷାତ ଆଲୋଚନା କରିବାର ସୁଯୋଗ ମିଳିଥିଲା। ୨୦୧୨ ମସିହା ଜୁଲାଇ ୧୧ ତାରିଖ, ସନ୍ଧ୍ୟା ୭ ଘଟିକା ୩୦ମିନିଟ୍ ସମୟରେ ସ୍ଥାନୀୟ ମେ’ଫେୟାର ହୋଟେଲ୍‌ଠାରେ ସେ ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଆସିଥିଲେ, ସେ ଦିନ ସମାଜବାଦୀ ପାର୍ଟିର ଏକ ଦଶ ଜଣିଆ ପ୍ରତିନିଧି ଦଳ ତାଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ସେ ତାଙ୍କ କୃତଜ୍ଞତାରେ ତତ୍କାଳନୀ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁଲାୟମସିଂହଙ୍କର ଭୁରିଭୁରି ପ୍ରଶଂସା କରିଥିଲେ। ଦ୍ୱିତୀୟଥର ସୁଯୋଗ ମିଳିଥିଲା ରାଷ୍ଟ୍ରପତି ହେବାପରେ ସେ ଯେତେବେଳେ ୨୦୧୨ ମସିହା ସେପ୍ଟେମ୍ବର ମାସରେ ଜଗନ୍ନାଥ ଦର୍ଶନରେ ଆସିଥିଲେ। ଏକ ସ୍ମାରକପତ୍ର ଦେବା ଅବସରରେ ବିଜୁ ବାବୁଙ୍କୁ ଭାରତରତ୍ନ ଦେବାପାଇଁ ଆମ୍ଭ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲୁ। ସ୍ମାରକପତ୍ରଟିକୁ ପଢିସାରି ସେ କେବଳ ଗୋଟିଏପଦ କହିଥିଲେ, “ହି ଡିଜର୍ଭସ୍ ଇଟ୍‌” ଦଳମତ ନିର୍ବିଶେଷରେ ବରିଷ୍ଠ ରାଜନେତାଙ୍କ ପ୍ରତି ତାଙ୍କର କିଭଳି ସମ୍ମାନବୋଧ ଥିଲା ତାହା ଏହିଥିରୁ ଜଣାପଡ଼େ। ତାଙ୍କ ବିୟୋଗରେ ଦେଶ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.