Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ବିଆର ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ

ବାଲେଶ୍ୱରରେ ବିଆର ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ

23

ବାଲେଶ୍ୱର, ୬ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ମହାନ ଜନନାୟକ ଡକ୍ଟର ବିଆର ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ରବିବାର ଦିନ ପାଳିତ ହୋଇଯାଇଛି। ସମାଜସେବୀ ସଲିମ ରାଜା ଓ ଆଇନଜୀବୀ ଲକ୍ଷ୍ମଣ ବେହେରାଙ୍କ ମିଳିତ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିକାଶ ପରିଷଦର ସଭାପତି ବରିଷ୍ଠ ଆଇନଜୀବୀ ରଘୁନାଥଇ ମହାଳିକ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଆଇନଜୀବୀ ପଞ୍ଚାନନ ପରିଡ଼ା, ଇଂଜିନିୟର ବସନ୍ତ ବେହେରା, ଶେଖ ଆୟୁବ୍‍, ମହମ୍ମଦ ରିଜୁୱାନ୍‍ଖାନ୍‍, ମାନଗୋବିନ୍ଦ ସେଠୀ, ଜୟନ୍ତ କୁମାର ସେଠୀ, ମୀନତି ସେଠୀ ପ୍ରମୁଖ ଯୋଗଦେଇ ଦେଶର ଦିବଂଗତ ଜନନାୟକ ଭାରତରତ୍ନ ବିଆର ଆମ୍ବେଦକରଙ୍କ ଜୀବନାଦର୍ଶ ଓ ରାଷ୍ଟ୍ର ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ତାଙ୍କ ଦ୍ୱାରା ରଚିତ ସମ୍ବିଧାନରେ ନାଗରିକର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ବକ୍ତାମାନେ ମତାମତ ରଖିଥିଲେ। ବିଶେଷ କରି ସମାଜର ପଛୁଆବର୍ଗଙ୍କ ଅଧିକାର ସୁରକ୍ଷା ଦିଗରେ ସେ ଦେଇ ଯାଇଥିବା ମାର୍ଗଦର୍ଶିକାର ସଫଳ ରୂପାୟନ ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଶୋକ କବି, ପ୍ରଦୀପ ଚନ୍ଦ୍ର ଦାସ, ସ୍ନେହଲତା ଦାସ, ଶେଖ ଫଜ୍ଜୁଦ୍ଦିନ୍‍ଅହମ୍ମଦ ପ୍ରମୁଖଙ୍କ ସମେତ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.