Home ଜିଲ୍ଲା ପରିକ୍ରମା ପୂଜାମଣ୍ଡପ ଅନୁମତି ଦେବେ ଉପଜିଲ୍ଲାପାଳ ଓ ତହସିଲଦାର

ପୂଜାମଣ୍ଡପ ଅନୁମତି ଦେବେ ଉପଜିଲ୍ଲାପାଳ ଓ ତହସିଲଦାର

140

ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୂଜା ମଣ୍ଡପ ଗୁଡ଼ିକଲାଗି ଅନୁମତି ପ୍ରଦାନ କରିବାକୁ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ପୁରୀପୌରାଞ୍ଚଳରେ ଉପଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ଅଞ୍ଚଳ ଗୁଡ଼ିକ ପାଇଁ ସମ୍ପୃକ୍ତ ତହସିଲଦାରମାନେ ଅନୁମତି ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ ନିଦ୍ଦେଶନାମା ଜାରି କରିଛନ୍ତି। ସେପ୍ଟେମ୍ବର ୩୦ ତାରିଖପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡ଼ାଉନ କଟକଣା ବଳବତ୍ତର ଥିବାରୁ ପ୍ରକାଶିତ ନିର୍ଦ୍ଦେଶନାମାରେ ପୂଜାମଣ୍ଡପ ଗୁଡ଼ିକ ଲାଗି କେତେକ ମାର୍ଗ ଦର୍ଶିକା ଜାରି କରାଯାଇଛି। କେବଳ ବିଧିରକ୍ଷା ପାଇଁ ପୂଜାମଣ୍ଡପ ଓ ପୀଠଗୁଡ଼ିକୁ ଅନୁମତି ପ୍ରଦାନ କରାଯିବ ବୋଲି ଏଥିରେ ସ୍ପଷ୍ଟ କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.