Home ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଗସ୍ତ,ସ୍ୱାଭିମାନ ଅଚଂଳ ଜୋଡାମ୍ବ,କାଲିମେଳା ଥାନାର ନୂତନ ବିଲ୍ଡିଂ ଉଦଘାଟନ

ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଗସ୍ତ,ସ୍ୱାଭିମାନ ଅଚଂଳ ଜୋଡାମ୍ବ,କାଲିମେଳା ଥାନାର ନୂତନ ବିଲ୍ଡିଂ ଉଦଘାଟନ

62

ମାଲକାନଗିରି,୩ା୧୦ (ଓଡିଆ ପୁଅ ) ସ୍ୱତନ୍ତ୍ର ହେଲିକେପ୍ଟରରେ ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ , ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଲଳିତ ଦାସ,ଆଇଜି ଅପରେସନ ଅମିତାଭ ଠାକୁର,ଆଇଜି ହେର୍ଡକ୍ୱାଟର ଅନିରୁଦ୍ଧ ସିଂ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା କୁ ଗସ୍ତକରିଛନ୍ତି । ପ୍ରଥମେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ମାଓଗଡ ଜୋଡାମ୍ବ ଠାରେପହଁଚି ନୂତନ ମଡେଲ ଥାନା ବିଲ୍ଡିଂ ଉଦଘାଟନ କରିଛନ୍ତି, ସେଠାରେ ଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବିଏସଏଫ ଯବାନମାନ ଓ ଥାନା ପୁଲିସ କର୍ମଚାରୀ ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହ ମାଓସ୍ଥିତି ପରଖିଥିଲେ । ପରେ କାଲିମେଳା ଅଚଂଳରେ ନୂତନ ମଡେଲ ଥାନା ବିଲ୍ଡିଂ ଉଦଘାଟନ କରି ପୁଲିସ ଅଧିକାରୀ ଓ ବିଏସଏଫ ଅଧିକାରୀ ମାନଙ୍କ ସହିତ ମାଓସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ପହଁଚି ଆୟୋଜିତ ଜିଲ୍ଲାସ୍ତରୀୟ ମାଓସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀ ବିଏସଏଫ ଅଧିକାରୀ ମାନଙ୍କ ସହିତ ମାଓଦମନ ନେଇ ରଣନିତି ପ୍ରସ୍ତୁତି କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ ବାଟାଲିୟନ ଉଚ୍ଚଅଧିକାରୀ, ମାଲକାନଗିରି ଏସପି ପ୍ରହ୍ଲାଦ ସାଇମୀନା ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାଓଦମନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାପୁଲିସ ଓ ବିଏସଏଫ ଯବାନ ମାନେ ଉଲେଖ୍ୟନୀୟ ସଫଳତା ହାସଲ କରିଛନ୍ତି । ଗତ୧୯୯୨ ମସିହା ଅକ୍ଟୋବର ମାସ ୩ତାରିଖ ଆଜିର ଦିନରେ ପୁଲିସ ଡିଜି ଶ୍ରୀ ଅଭୟ ମାଲକାନଗରି ଜିଲ୍ଲାର ଏସପି ଭାବେ ଦାଇତ୍ୱ ନେଇଥିଲେ । ଠିକ ଆଜିର ଦିନରେ ପୁବ ର୍ରୁ ଥିବା ମାଓଗସ୍ୱିଛିନ୍ନାଚଂଳ ଜୋଡାମ୍ବ ଓ କାଲିମେଳା ଠାରେ ଦୁଇଟି ମଡେଲ ଥାନାର ନୂତନ ବିଲ୍ଡିଂ ଉଦଘାଟନ କରଛନ୍ତି,ଗତ ୨୯ବର୍ଷତଳର ମାଲକାନଗିରି ଜିଲ୍ଲା ଆଜି ସବୁ କ୍ଷେତ୍ରରେ ଉନ୍ନତିଘଟିଛି, ବିଛିନ୍ନାଚଂଳ ସ୍ୱାଭିମାନ ଅଚଂଳ ଭାବେ ପରିଚିତ ହୋଇ ଗୁରୁପ୍ରୀୟା ସେତୁ ନିର୍ମାଣ ହେବାଦ୍ୱାରା ସଡକପଥରେ ବିଛିନ୍ନାଚଂଳ ବାସୀ ଯତାୟତର ସୁବିଧା ପାଇଥିବାରୁ ଡିଜି ପି ଶ୍ରୀ ଅଭୟ ଖୁସୁ ପ୍ରକଟ କରିଥିଲେ । ମାଓସମସ୍ୟା ଦୂର ହୋଇଛି, ଅଳ୍ପସଂଖ୍ୟକ ରହିଯାଇଥିବା ମାଓବାଦୀ ମାନେ ହିଂସା ଛାଡି ଆତ୍ମସମର୍ପଣ କରି ସରକାରିଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ନିଅନ୍ତୁ,ନଚେତ ଆଗକୁ ମାଓଦମନ ପାଇଁ ଅପରେସନକୁ ଯୋରଦାର କରାଯିବ ଓ ସୀମାନ୍ତ ବର୍ତି ମାଓପ୍ରବଣ ଅଚଂଳରେ ଅପରେସନ ଜାରିରହିବ ବୋଲି ଡିଜିପି ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।ମାଲକାନଗିରି ଜିଲ୍ଲାରେ ପୁଲିସ ସେବା ଓ ମାଓଦମନ କ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ହାସଲ କରିଥିବା ପୁଲିସ ଅଧିକାରୀ ଓ ପୁଲିସ କର୍ମଚାରୀ ମାନେଙ୍କୁ ଡିଜିପି ଶ୍ରୀ ଅଭୟ ପୁରସ୍କାର ପ୍ରଦାନ କରିବା ସହ ସମ୍ମାନୀତ କରିଥିଲେ । ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.