Home ଓଡ଼ିଶା ବିଏଲ ପୁର ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା,ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛଭାରତ ଗଠନ ପାଇଁ ସପଥ ପାଠ

ବିଏଲ ପୁର ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା,ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛଭାରତ ଗଠନ ପାଇଁ ସପଥ ପାଠ

51

ମାଲକାନଗିରି,୩ା୧୦ (ଓଡିଆ ପୁଅ ) ମାଲକାନଗିରି ସଦର ବ୍ଲକସ୍ଥ ବୀରଲକ୍ଷମ୍‌ଣପୁର ପଚାଂୟତ ପରିସରରେ ଆଜାଦୀକି ଅମୃତ ମହୋତ୍ସବ ଅବସରେ ସ୍ୱତନ୍ତ୍ର ଗ୍ରାମସଭା ମାଲକାନଗିରି ବ୍ଲକ ବିଡିଓ ଅଜୟକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗରି ବିଧାୟକ ଆଦିତ୍ୟ ମାଢି,ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ, ସାଂସଦ ପ୍ରତିନିଧି ରାମେଶ୍ୱର ରାଓ,ସମାଜସେବୀ ରତ୍ନାକରଦାଶ, ଏପିଡି ହିମାଶୁଂ ଶେଖର ମହାରଣା,ସରପଚଂ ସଂଯୁକ୍ତା ଖିଲ,ଏଡିସି ବଳରାମ ସାମଲ,ଆଦିବାସୀ ନେତା ଘେନୁମୁଦୁଲି ପ୍ରମୁଖ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ଓ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ କହିଥିଲେ । ଏହି ଅବସରେ ପ୍ଲାଷ୍ଟିକ ବର୍ଜନ,ସ୍ୱଚ୍ଛଭାରତ ଗଠନ ଓ ବାଲ୍ୟବିବାହ ରୋକିବା କୁ ନେଇ ମଚାଂଶିନ ଅତିଥି ମାନଙ୍କ ସହିତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ସପଥପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.