Home ଓଡ଼ିଶା ତାର୍ଲାକୋଟା ଠାରେ ମଧୁସ୍ମିତା ସ୍ମୃତି ସମାବେଶ ଓ କବିତା ପାଠଉତ୍ସବ

ତାର୍ଲାକୋଟା ଠାରେ ମଧୁସ୍ମିତା ସ୍ମୃତି ସମାବେଶ ଓ କବିତା ପାଠଉତ୍ସବ

35

ମାଲକାନଗିରି,୩ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ତାର୍ଲାକୋଟା ଉଚ୍ଚବିଦ୍ୟାଳୟ ପରିସରେ ମଧୁସ୍ମିତା ସ୍ମୃତି କମିଟି ପକ୍ଷରୁ ମଧୁସ୍ମିତା ସ୍ମୃତି ସମାବେଶ ଓ କବିତା ପାଠଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ସମାବେଶ ରେ କମିଟିର ଉପଦେଷ୍ଟା କବି ସାହ୍ୟିତିକ ବିଜୟ ଉପାଧ୍ୟାୟ ଅଧ୍ୟକ୍ଷତାରେ କରିଥିଲେ । ଏହି ଅବସରେ ମୁଖ୍ୟଅତିଥି ଭାବେ ଖଇରପୁଟ ବ୍ଲକ ଶିକ୍ଷାଧିକାରୀ ଶଶିଭୁଷଣ ମିଶ୍ର,ମୁଖ୍ୟବକ୍ତା ଭାବେ କୁଡୁମୁଲୁଗୁମ୍ମା ଡାରଓ୍ୟିନ ମେମୋରିଆଲ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ନିରଜଂନ ସ୍ୱାଇଁ,ସମ୍ମାନୀତ ଅତିଥି ଭାବେ ଜିଲ୍ଲାଆଦିବାସୀ ସଂଘ ସଭାପତି ବାଲରାଜ ଗେମେଲ,ବନବାସୀ ଗବେଷକ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ଗୁମ୍ମା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ଅଜଂନ କୁମାର ଚୌଧୁରୀ,ଅଧ୍ୟାପକ ମଳୟ ନନ୍ଦୀ,ବିଜୟକୁମାର ପାଢୀ,ସମାଜସେବୀ ମଣିଶଙ୍କର ମଜୁମଦାର,ସରପଚଂ ସୋମନାଥ ବାର୍ସେ,ପ୍ରଧାନଶିକ୍ଷୟତ୍ରୀ ତପସ୍ୱନୀ କଅଁର, କବି ଓ ଶିକ୍ଷକ କରୁଣାକର ମଲ୍ଲିକ ଯୋଗଦେଇ ସ୍ୱର୍ଗତ ମଧୂସ୍ମିତା ଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହପ୍ରଦୀପ ପ୍ରଜ୍ୱଳନ କରି ସ୍ମୃତିଚାରଣ କରିଥିଲେ । ମଧୁସ୍ମିତା ଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଶିକ୍ଷୟତ୍ରୀ ମଧୁସ୍ମିତା ମଲ୍ଲିକ ଜଣେ ଆଦର୍ଶ ଛାତ୍ରବତ୍ସଳା ଶିକ୍ଷୟତ୍ରୀ ସହ ସୁସାହ୍ୟିତିକା କବୟତ୍ରୀ ଓ ସମାଜସେବୀ ଥିଲେ,ମାତ୍ର ୩୮ବର୍ଷ ବୟରେ ତାଙ୍କର ଅକାଳବିୟୋଗ ଘଟିଲା,ତାଙ୍କ ଭଳି ଜଣେ ମହିୟସୀ ମହିଳା ସବ ର୍ଗୁଣାସମ୍ପନ ଆଦର୍ଶ ଶିକ୍ଷୟତ୍ରୀ ଓ କବୟିତ୍ରୀ ଙ୍କୁ ଏହି ବିଦ୍ୟାଳୟ ଓ ତାର୍ଲାକୋଟା ମାଟିହରାଇଛି,ତାଙ୍କ ଆଦର୍ଶରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅନୁପ୍ରାଣିତ ହେବା ପାଇଁ ମଚାଂଶୀନ ଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ମଧୁସ୍ମିତୀ ଙ୍କ ସ୍ମୃତି ଉଦେଶ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ତାଙ୍କର ବହୁମୁଖି ପ୍ରତିଭାକୁ ବଣ୍ଣ ର୍ନା କରି କବିତା ପାଠ କରିଥିଲେ । ତାଙ୍କ ନାମରେ ଏକ ସ୍ମରଣୀକା ପ୍ରକାଶ କରାଯିବା ପାଇଁ କମିଟିର ସଭାପତି ଏହି ଅବସରେ ଘୋଷଣା କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ଶରାଦା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତି ସମାବେଶରେ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ମଧୁସ୍ମିତା ଙ୍କ ସ୍ମୃତି ଚରାଣ କରି କବିତା ପାଠ କରିଥିଲେ । ସୁଚନା ଯୋଗ୍ୟ ଯେ ଉକ୍ତବିଦ୍ୟାଳୟର ଶିକ୍ଷକ କରୁଣାକର ମଲ୍ଲିକ ଙ୍କ ସହଧର୍ମିଣୀ ଶିକ୍ଷୟତ୍ରୀ ମଧୁସ୍ମିତା ମଲ୍ଲୀକ କୋଭିଡ ରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ମାସ ୧୫ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ତାଙ୍କ ସ୍ମୃତି ଉଦେଶ୍ୟରେ ତାର୍ଲାକୋଟା ଠାରେ ମଧୁସ୍ମିତା ସ୍ମୃତି କମିଟି ଗଠନ କରାଯାଇ ସମାବେଶ ଓ କବିତା ପାଠର ଆୟୋଜନ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.