Home ଓଡ଼ିଶା ଯୋଡା : ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ସହାୟତା ପ୍ରଦାନ

ଯୋଡା : ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ସହାୟତା ପ୍ରଦାନ

296

ଯୋଡା, ୩୦ା ୩ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଖଣି ପ୍ରବଣ ଯୋଡା ଅଞ୍ଚଳରେ ଅଧିକାଂଶ ଶ୍ରମିକ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କେହି କେହି ଟ୍ରଲି ଚାଳନା କିମ୍ବା କୁଲି କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କରୋନା ଭୁତାଣୁ ସଂକ୍ରମଣ ନେଇ ସାରା ଦେଶରେ ଲକ୍ ଡାଉନ ପ୍ରକ୍ରିୟା ଚାଲୁରହିଥିବା ବେଳେ ଘରୁ ବାହାରିବାକୁ କଟକଣା କରାଯାଇଛି ଫଳରେ ଅନେକ ଲୋକ ଆର୍ôଥକ ଦୁର୍ଗତିର ସମ୍ମୁଖିନ ହେବା ସହ କେତେକଙ୍କ ଘରେ ଚୁଲି ଜଳିବା ଅସମ୍ଭବ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଯୋଡା ଅଞ୍ଚଳର କେତେକ ସ୍ୱେଚ୍ଛାସେବୀ ସାହି, ବସ୍ତିମାନଙ୍କରେ ଚାଉଳ, ଡାଲି, ଲୁଣ, ତେଲ, ହଳଦୀ, ମସଲା, ବିସ୍କୁଟ, ପିଆଜ, ଆଳୁ ପ୍ରଭୁତି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଏକ ପ୍ୟାକେଟ କରି ବିତରଣ କରିଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଗତ ଅର୍ଥରେ କେତେ ଜଣ ବଦାନ୍ୟ ବ୍ୟକ୍ତି ଏହି ମହତ କାର୍ଯ୍ୟ କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ମହେଶ ସିଂ, ଅଭିଷେକ ସାଓ, କୌଶିକ ଭୁମିକ, ଅମର ମହାକୁଡ, ଚୁଡାମଣୀ ରାଉତ, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ବୋଲି ଜପଣାଡିଛି । ଏହି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.